ଗୋରୁ ବୋଝେଇ ପିକଅପ ଭେନ ଜବତ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ :ଗୋରୁ ବୋଝେଇ ପିକଅପ ଭେନ କୁ ଅଟକ ରଖିଲେ ଗ୍ରାମବାସୀ l ଗଞ୍ଜାମ ଜିଲ୍ଲା ଆସିକା ଥାନା ଆଲିପୁର ପଥରା ଗବନଳା ନିକଟ ରେ ଆଜି ସକାଳୁ ସକାଳୁ ଗୋ ଚାଲାଣ ବେଳେ ଗୋରୁ ବୋଝେଇ ପିକଅପ ଭେନ ନଂ ଓଡି 02 ବିଏନ 8319 ଅଟକ ରଖିଛନ୍ତି ଗ୍ରାମବାସୀ l ପିକଅପ ଭେନ ଟିରେ 8 ଟି ଗୋରୁ ଲଦି ଗୋକୋର୍ଣ୍ଣପୁର ରୁ ଆନ୍ଧ୍ରପ୍ରଦେଶ କୁ ଚାଲାଣ କରୁଥିଲେ ବେପାରୀ l ଅଞ୍ଚଳରେ ପୂର୍ବରୁ ମଧ୍ୟ ଏହି ଭଳି ଅବାଧରେ ଗୋଚାଲାଣ କରି ମାନେ ଗୋଚାଲାଣ କରୁଥିବା ବେଳେ ଆଜି ଗ୍ରାମବାସୀ ଏମାନ ଙ୍କୁ ଧରିବାରେ ସଫଳ ହୋଇଛନ୍ତି l

ସେପଟେ ଖବର ପାଇ ଘଟଣା ସ୍ଥଳରେ ଆସିକା ପୋଲିସ ପହଞ୍ଚି ପିକଅପ ଭେନ କୁ ଜବତ କରିବା ସହିତ ଦୁଇ ବେପାରୀ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି l


Share: