ମୁଖ୍ୟମନ୍ତ୍ରୀ ପୁରୀ କୀ ଯେଉଁ ବିଶ୍ୱ ସ୍ତରୀୟ ତୀର୍ଥ ସ୍ଥଳ କରିବା ପାଇଁ କେହି ବାଧା ଦେବେନାହିଁ :ପିନାକୀ ମିଶ୍ର

Share:

ସମୀର ରଞ୍ଜନ, ରଞ୍ଜନ ଦାସ

ଭୁବନେଶ୍ୱର /ପୁରୀ/ନୂଆଦିଲ୍ଲୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପରେ ରାୟ ଆସିବା ପରେ ସାଂସଦ ତଥା ବରିଷ୍ଠ ଓକିଲ ପିନାକୀ ମିଶ୍ର ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେଉଁ ଦୁଇଜଣ ଏହି ଆବେଦନ କରିଥିଲେ ସେମାନେ ଦେଶର ଦୁଇଜଣ ନାମୀ ଓକିଲଙ୍କୁ ଛିଡା କରିଥିଲେ। ସେମାନେ ମାମଲା ଲଢେଇ ପାଇଁ ଯେତିକି ଫି ନିଅନ୍ତି ତାହା ସାଧାରଣ ଲୋକେ ଦେବା ସମ୍ଭବ ନୁହେଁ। ତେଣୁ ଯେଉଁ ଦୁଇ ଆବେଦନକାରୀ ଏହି ଓକିଲଙ୍କୁ ଛିଡା କରିଥିଲେ ସେମାନେ କୌଣସି ଏକ ଗ୍ରୁପ ଦ୍ବାରା ଆର୍ଥିକ ସହାୟତା ହାସଲ କରିଛନ୍ତି। ତାହା ଲୋକେ ବିଚାର କରନ୍ତୁ ବୋଲି ପିନାକୀ କହିଛନ୍ତି।
ପିନାକୀ ଟୁଇଟ କରି କହିଛନ୍ତି ଯେ, ପ୍ରଭୃ ଜଗନ୍ନାଥ ତାଙ୍କର କଥାକୁ ବିଚାରପତିଙ୍କ ମାଧ୍ୟମରେ କହିଲେ। ନବୀନ ପଟ୍ଟନାୟକ ପୁରୀକୁ ଯେଉଁ ବିଶ୍ବ ସ୍ତରୀୟ ତୀର୍ଥସ୍ଥଳ କରିବା ପାଇଁ କହିଛନ୍ତି ସେଥିରେ କେହି ବାଧା ଦେବେ ନାହିଁ ବୋଲି କହିଛନ୍ତି l


Share: