ରାମନାଗୁଡ଼ା ଓ କୋଳନରା ବ୍ଲକ କାର୍ୟଳୟ ସମୁଖ ରେ ବିଜେଡି ର ବିକ୍ଷୋଭ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :କେନ୍ଦ୍ର ସରକାର ଙ୍କ ଗରିବ ମାରଣ ନୀତି ପ୍ରତିବାଦ ରେ ବିଜେଡି ଦଳ ପକ୍ଷରୁ ରାମନାଗୁଡ଼ା ଓ କୋଳନରା ବ୍ଲକ ସମୁଖ ରର ଏକ ରଣହୁଙ୍କାର ଦେବା ସହିତ ବିକ୍ଷବ ପ୍ରଦର୍ଶନ କରିଥିଲା ଲ ନିରୀହ ଗରିବ ଙ୍କ ଚାଉଳ କୁ ପ୍ରଥମେ କେନ୍ଦ୍ର ସରକାର ବନ୍ଦ କରିଥିଲେ l ପରେ କେନ୍ଦ୍ର ସରକାର ଖାଦ୍ୟ ସୁରକ୍ଷାରେ ମିଳୁଥିବା ଚାଉଳ କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ନାମିତ କରି ଗରିବ ଖାଉଟିକୁ ଭ୍ରମିତ କରିବା ସହ ଗରିବଙ୍କ ପାଇଁ 5କେଜି ଚାଉଳ କାଟି ରାଜ୍ୟର ସାଢେ 3 କୋଟି ଅନ୍ନଦାତା ଙ୍କ ଭାତ ଥାଳିରୁ ଭାତ ଛଡାଇନେଇଛନ୍ତି କେନ୍ଦ୍ର ସରକାର ବୋଲି ବରିଷ୍ଠ ବିଜେଡି ନେତା କୋମଳ ଲୋଚନ ଓ ମାଦା ରାଓ କୋଣ୍ଡା ଙ୍କ ନେତୃତ୍ୱ ରେ ରାମନାଗୁଡ଼ା ଓ କୋଳନରା ଠାରେ ସହ ସହ ବିଜେଡି କର୍ମୀ ବିଜେପି ସରକାର ଙ୍କ ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରିବା ର ଦେଖାଦେଇଥିଲା ଲ ଉଭୟ ବ୍ଲକ ର ବିଡ଼ିଓ ଙ୍କ ଅନୁପସ୍ଥିତ ରେ ସହକାରୀ ଯନ୍ତ୍ରୀଙ୍କ ଜରିଆରେ ରାଷ୍ଟ୍ରପତି ଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ରାମନାଗୁଡ଼ା ବ୍ଲକ ବିଜେଡି ସଭାପତି ବିଜୟ କୁମାର ମଣ୍ଡାଙ୍ଗୀ, ବିଜେଡି ଜ଼ିଲ୍ଲା ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ, ବ୍ଲକ ୟୁବ ବିଜେଡି ସଭାପତି ସଞ୍ଜୟ କୁମାର ପ୍ରଧାନ ଦାମଡୋର କୈବର୍ତ୍ତ କୁଜେନ୍ଦ୍ରି ସରପଞ୍ଚ ରମେଶ ଶବର, ବଳିଆ ସାହୁ, ବାବୁ ମହାରନା, ମକରଧ୍ୱଜ ଧୋବା, ରଞ୍ଜନ ନାୟକ ବେହେରା, ଲେମ୍ପ ସଭାପତି ଗଣପତି ନିମାଲା ସାମିଲହୋଇ ପ୍ରତିବାଦ କରିଥିଲେ ଲା ଠକ ସେହିପରି କୋଳନରା ବ୍ଲକ ର ଶିବ ମନ୍ଦିର ନିକଟରୁ ଶତାଧିକ ବିଜେଡି କର୍ମୀ ବଡ଼ ଖିଲାପାଇଁଦ ର ସରପଞ୍ଚ ମାଡା ରାଓ କୋଣ୍ଡା ଗୋରୀ, ସ୍ୱତନ୍ତ୍ର ଉନୟନ ପରିଷଦ ସଭ୍ୟ ଏନକିଟି ହୁଇକା, ବରିଷ୍ଠ ବିଜେଡି ନେତା ଚନ୍ଦ୍ରଶେଖର ନାଇଡ଼ୁ ବୁଡୁ ଭାଇ, ରେଖପଦର ସମିତି ସଭ୍ୟ ପୋଣ୍ଡୁ ଭାଇ ସରପଞ୍ଚ ଭୋଇମାଡା, କୋଳନରା ସରପଞ୍ଚ ପ୍ରମୋଦ କୋଣ୍ଡାଗୋରୀ, ବରିଷ୍ଠ ବିଜେଡି ସଂଗଠକ ହରି ଉର୍ଲାକା ଙ୍କ ନେତୃତ୍ୱ ରେ ଆସି ବ୍ଲକ ସାମ୍ନାରେ ଗଣ ଧାରଣା ଦେଇଥିଲେ ଲା


Share: