ଗାନ୍ଧିବାଦୀ ତଥା ଅଜାତଶତ୍ରୁ ଭୋଳାନାଥ ନାୟକ ସଦର ମାଟିର ଗୌରବ : ଇଂ. ଅଶୋକ କୁମାର ବିଶ୍ବାଳ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

କଟକ – କଟକ ସଦର ୪୨ ମୌଜା
ଶ୍ରୀରାମ ବ୍ରହ୍ମପୁର ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ସରପଂଚ ଭୋଳାନାଥ ନାୟକ ଓ ଧର୍ମପ୍ରଣା ଭାବବତୀ ଦେବୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ,ସ୍ମୃତି ଚାରଣ ସଭା ଏବଂ ସମ୍ବର୍ଦ୍ଧନା ପର୍ବ ଭୋଳନାଥ ନାୟକ ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ହେଇଯାଇଛି । ଇଂ.ଅଶୋକ ବିଶ୍ଵାଳଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସଂସଦର ଆବାହକ ସମବାୟବିତ୍ ମହେନ୍ଦ୍ର ନାୟକ,ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା,ନିର୍ଦ୍ଦେଶକ ମିଟୁ ମିଥୁନ,ଓୟୁଜେ କଟକ ଜିଲ୍ଲା ସଭାପତି ପ୍ରଫୁଲ୍ଲ ମହାନ୍ତି,ଓୟୁଜେ କଟକ ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ ଦାସ,ସମାଜସେବୀ ଆଡ଼ଭୋକଟେ କେଶବ କର, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସମାଜସେବୀ ଗଙ୍ଗାଧର ବେହେରା,ସାହିତ୍ୟିକ ଶୁକଦେବ ପରିଡ଼ା,ଡକ୍ଟର କଲିମୁଲ୍ଲା ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ ସମାଜସେବୀ ବୁଲେଇ ବେହେରା,ରାଜନୀତିଜ୍ଞ ବିନୋଦ ବେହେରା,ସାହିତ୍ୟିକ ରୁଦ୍ର ନାରାୟଣ ଦାସ,ସମାଜସେବୀ ରାମଚନ୍ଦ୍ର ଗୋଛାୟତ,ସଂଗ୍ରାହକ ନାରାୟଣ ଚନ୍ଦ୍ର ମହାନ୍ତି,ସାହିତ୍ୟିକ ଚିତ୍ତ ରଞ୍ଜନ ବେହେରା, ଗ୍ରାମ ମୂରବୀ ଉପେନ୍ଦ୍ର ବାରିକ ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ନାଟ୍ୟକାର ଅଶୋକ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଲୋକଭାଷା ପାକ୍ଷୀକ ଖବରକାଗଜ ଉନ୍ମୋଚନ ହୋଇଥିଲା ।


Share: