ଆଇପିଏସସ୍ତରରେ ବଡଧରଣର ଅଦଳବଦଳ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଓଡ଼ିଶା ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । କଟକ-ଭୁବନେଶ୍ୱରର ଦୁଇ ଡି.ସି.ପିଙ୍କ ସହ ୫ ଜିଲ୍ଲାର ଏସ.ପି ବଦଳିଛନ୍ତି । ଏଥିସହିତ ଏକାଧିକ ବରିଷ୍ଠ ଆଇ.ପି.ଏସ ସ୍ତରରେ ମଧ୍ୟ ଅଦଳ ବଦଳ କରାଯାଇଛି ।ସରକାରୀ ବିଜ୍ଞପ୍ତି ଅନୁସାରେ, ଭୁବନେଶ୍ୱର ଡି.ସି.ପି ଉମାଶଙ୍କର ଦାସ ପଦୋନ୍ନତି ପାଇ କଟକ-ଭୁବନେଶ୍ୱରର ଅତିରିକ୍ତ ପୋଲିସ କମିଶନର ଭାବେ ଅବସ୍ଥାପିତ ହୋଇଛନ୍ତି । ତାଙ୍କ ସ୍ଥାନରେ କଟକ ଡି.ସି.ପି ପ୍ରତୀପ ସିଂହଙ୍କୁ ଭୁବନେଶ୍ୱର ଡି.ସି.ପି ଭାବେ ବଦଳି କରାଯାଇଛି । ସେହିପରି ବ୍ରହ୍ମପୁର ଏସ.ପି ପିନାକ ମିଶ୍ରଙ୍କୁ କଟକ ଡି.ସି.ପି ଭାବେ ଅବସ୍ଥାପିତ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇ.ପି.ଏସ ମନୋଜ ଛାବ୍ରାଙ୍କୁ ଜେଲ ଡି.ଜି ଭାବେ ବଦଳି କରାଯାଇଥିବା ବେଳେ ଜେଲ ଡି.ଜି ସନ୍ତୋଷ ଉପାଧ୍ୟାୟଙ୍କ ଅଗ୍ନିଶମ ବିଭାଗ ଡି.ଜି ଭାବେ ଅବସ୍ଥାପିତ କରାଯାଇଛି । କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜିବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି । ଏହା ସହ ତାଙ୍କୁ ପୋଲିସ ଗୃହ ନିର୍ମାଣ ନିଗମର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ପରିବହନ କମିଶନର ଥିବା ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି । ଗଜଭିୟେ ଏସକେ ଇଶ୍ୱରଦାସଙ୍କୁ ଆଇ.ଜି କମ୍ୟୁନିକେସନ, ଆଇ.ଜି ହୋମଗାର୍ଡ ଥିବା ସଫିନ ଅହମ୍ମଦଙ୍କୁ ଏଚ.ଆର.ପି.ସି ଆଇ.ଜି ଭାବେ ଅବସ୍ଥାପିତ କରାଯାଇଛି । ଅତିରିକ୍ତ ପୋଲିସ କମିଶନର ନିତି ଶେଖରଙ୍କୁ ଡି.ଆଇ.ଜି ରାଉରାକେଲାକୁ ବଦଳି କରାଯାଇଛି ।
ସେହିପରି ଏସ.ପି ନବରଙ୍ଗପୁର ପରମର ସମ୍ବିତ ପୁରୁଷୋତ୍ତମ ଦାସଙ୍କୁ ବରଗଡ ଏସ.ପି, ବରଗଡ ଏସ.ପି ରହୁଲ ଜେନଙ୍କୁ ଝାରସୁଗୁଡା ଏସ.ପି,କଳାହାଣ୍ଡି ଏସ.ପି ସରଭନା ବିବେକଙ୍କୁ ବ୍ରହ୍ମପୁର ଏସ.ପି, ନୟାଗଡ ଏସ.ପି ସିଦ୍ଧାର୍ଥ କଟରିଆଙ୍କୁ ଖୋର୍ଦ୍ଧା ଏସ.ପି ଭାବେ ବଦଳି କରାଯାଇଛି । ଭୁବନେଶ୍ୱର ଡି.ସି.ପି ଟ୍ରାଫିକ ଏସ. ସୁଶ୍ରୀଙ୍କୁ ନବରଙ୍ଗପୁର ଏସ.ପି ଏସଟିଏଫ ଏସ.ପି ଅଭିଲାଷଙ୍କୁ କଳାହାଣ୍ଡି ଏସ.ପି ଓ ଖୋର୍ଦ୍ଧା ଏସପି ଅଲେଖ ପହିଙ୍କୁ ନୟାଗଡ ଏସ.ପି ଭାବେ ବଦଳି କରାଯାଇଛି l


Share: