ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 135 ତମ ଜନ୍ମ ସମାରୋହ ପାଳିତ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ଯେକେପୁର ନିକଟସ୍ଥ ଅମ୍ଳଭଟା ଠାରେ ପରମ ପ୍ରେମମୟୀ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ 135 ତମ ଜନ୍ମ ସମାରୋହରେ ଏହି ଅନୁଷ୍ଠାନ ପକ୍ଷରୁ ବାର୍ଷିକ ଉତ୍ସବ 2023 ଅତି ଆନନ୍ଦ ଉଲ୍ଲାସ ର ସହିତ ପାଳିତ ହୋଇଯାଇଛି l ଠାକୁର ଅନୁକୂଳ ଚନ୍ଦ୍ର ପ୍ରେମୀ ଭାଇ ଭଉଣୀ ମନେ ସଖାଳ 8 ଘାଣ୍ଟିକ ସମୟରେ ଯେକେପୁର ଓ ଏହାର ଆଖ ପାଖ ଅଂଚଳ ରର ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଫୋଟ କୁ କୀର୍ତନ ମାଧ୍ୟମରେ ଭ୍ରମଣ କରି ଅମ୍ଳାଭଟା ଠାରେ ପହଁଞ୍ଚଥିଲେ l ଠାକୁର ଙ୍କ 135 ଜନ୍ମ ସମାରୋହ ରର ମୁଖ୍ୟଅତିଥି ଭାବେ ଶ୍ରୀ ଜଗନ୍ନାଥ ସାରକା ମାନ୍ୟବର ମନ୍ତ୍ରୀ ଆଦିବାସୀ ହରିଜନ ତଥା ପଛୁଆ ବର୍ଗ ଉନୟନ ଓ ଆଇନ ବିଭାଗ ଓଡିଶା ସରକାର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ରାୟଗଡା ବ୍ଲକ ର ପୂର୍ବତନ ଉପାଦକ୍ଷ ତଥା ଯେକେପୁର ର ଟାଣୁଆ ବିଜେଡି ନେତା ପି ଗୌରୀ ଶଙ୍କର ଓ କୋଳନରା ଜ଼ିଲ୍ଲା ପରିଷଦ ସଭ୍ୟ ଇପିଲି ଧବଳେଶ୍ୱର ନାଇଡ଼ୁ ଯୋଗ ଦେଇ ଠାକୁର ଅନୁକୂଳ ଚନ୍ଦ୍ର ଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଯୋଳନ କରି କାର୍ଯ୍ୟକ୍ରମ ର ଶୁଭଆରମ୍ଭ କରିଥିଲେ l ଅନୁକୂଳ ଚନ୍ଦ୍ର ଯେପିରି ଭାବେ ସମାଜ ସୁନ୍ଦର ରୂପେ ଗୋଡ଼ିତୋଳିବା ପାଇଁ ଯେଉଁ ନୀତି ଆଦର୍ଶ ଦେଇଛନ୍ତୁ ତାହା ମାନିଚାଲିବା ପାଇଁ କହିଥିଲେ l ଉଭୟେ ଗୌରୀ ଶଙ୍କର ଓ ଧବଳେଶ୍ୱର ନିଜ ବକ୍ତବ୍ୟରେ କହିଥିଲେ ଯେ ଏହି ଠାକୁର ଅନୁକୂଳ ଚନ୍ଦ୍ର ପ୍ରେମୀ ଭାଇ ଓ ଭଉଣୀ ମନେ ଅତି ଶାନ୍ତ ଓ ଶରଳ ତାର ସହିତ ସମାଜ ରେ ଅଧ୍ୟ୍ୟତ୍ମିକ ଚିନ୍ତାଧାରା ଦେଇଥାନ୍ତି l ବହୁ ପୁଣ୍ୟ କାମ କରିଥିବାରୁ ଆଜି ଆମେ ମଣିଷ ଜନ୍ମ ପାଇଛେ ତେଣୁ ଆମେ ସମାଜ ର ଉନ୍ନତି ପାଇଁ କାମ କରିବାକୁ ପଡିବ ବୋଲି ଶ୍ରୀ ନାଇଡ଼ୁ କହିଥିଲେ l ଆଜି ସମଗ୍ର ଅମ୍ଲାଭଟା ଭକ୍ତି ମୟ ହୋଇଯାଇଥିଲା l ଅନୁଷ୍ଠାନ ଭାଇ ଓ ଭଉଣୀ ମନେ ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ l ଆନନ୍ଦ ବଜ଼ାର ରେ ଭକ୍ତ ଙ୍କ ନିମନ୍ତେ ପ୍ରସାଦ ସେବନ ର ବ୍ୟବସ୍ତା କରାଯାଇଥିଲା l ଶ୍ରୀ ଜଗନ୍ନାଥ ସୁଥାର ଭାଇ ଆଜିର ଏହି କାର୍ଯ୍ୟକ୍ରମ ର ମଞ୍ଚ ପରିଚାଳନା କରିଥିଲେ l


Share: