ଗ୍ରାମ୍ୟ ସଂସଦ ଖେଦାପଡାରେ ଓଡ଼ିଶା ଅଣ ସଂଗଠିତ ଶ୍ରମିକ ପଞ୍ଜିକୃତ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ଅନ୍ତର୍ଗତ ଖେଦାପଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ଗ୍ରାମ୍ୟ ସଂସଦ ଠାରେ ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ରାୟଗଡ଼ା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶ୍ରମ ଅଧିକାରୀ ତଥା ସହକାରୀ ଶ୍ରମ ଆୟୁକ୍ତ ଅଧିକାରୀ ଶ୍ରୀମତି ଯଶ୍ମିନ ସାହୁଙ୍କ ଅଧ୍ୟକ୍ଷତାରେ ୧୦୦ଶ୍ରମିକ ପଞ୍ଜିକୃତ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମ ଅବସରରେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀ ନରସିଂହ କିଲାକା ସମିତି ଉପାଧ୍ୟକ୍ଷ ଶ୍ରୀ ହଳଧର ହିମ୍ରିକା, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରଇତ, ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଗୋପାଳ କୃଷ୍ଣ ମଙ୍ଗରାଜ, ନିର୍ମାଣ ଶ୍ରମିକ ମହାସଂଘ ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ପାତ୍ର, ଉପସଭାପତି ଶ୍ରୀ ଗଣେଶ ହିମ୍ରିକା, ନୂତନ ଓଡ଼ିଶା ନିୟୁଜ ଚେନାଲର ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ଶ୍ରୀ ପ୍ରସାଦ ଲିମା ଏବଂ ଓଡ଼ିଶା କୋଠାବାଡ଼ି ନିର୍ମାଣ ଶ୍ରମିକ ରାୟଗଡ଼ା ଜିଲ୍ଲା ସଂପାଦକ ଶ୍ରୀ ଖଗେଶ୍ବର ସିଂ ମଞ୍ଚାସିନ ରହିଥିବା ବେଳେ ଶତାଧିକ ଶ୍ରମିକ ମହିଳା ଓ ପୁରୁଷ ଉପସ୍ଥିତ ରହିଥିଲେ ।କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଅତିଥିମାନଙ୍କ ଦ୍ବାରା ଭାରତ ମାତା ଏବଂ ବିଶ୍ଵ କର୍ମାଙ୍କ ଫୋଟ ଚିତ୍ରରେ ଧୂପଦୀପ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ବାରା ଉପସ୍ଥିତ ଶ୍ରମିକ ମାନଙ୍କୁ ଶ୍ରମ କାର୍ଡର ଉପାଦାନ ଓ ହକ ସମ୍ପର୍କରେ ସରପଞ୍ଚ ଶ୍ରୀ କିଲାକା ମତାମତ ରଖିଥିବା ବେଳେ ଅଣ ସଂଗଠିତ ଶ୍ରମିକ ମାନଙ୍କୁ ପଞ୍ଜିକୃତ କରାଇ ମୂଖ୍ୟ ସ୍ରୋତରେ ପହଞ୍ଚାଇବା ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ମହାସଂଘ ରାୟଗଡ଼ା ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ପାତ୍ର ମତପୋଷଣ କରିଥିବା ବେଳେ ମୂଖ୍ୟ ଅତିଥି ଶ୍ରୀମତି ସାହୁ ଶ୍ରମିକ ମାନଙ୍କ ଉଦ୍ଦେଶ୍ୟରେ ଉପକରଣ, ଉପକାରିତା ଓ କାର୍ଯ୍ୟକାରିତା ସମ୍ପର୍କରେ ଆଲୋକପାତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମ ଅବସରରେ ଓଡ଼ିଶା ଅଣ ଶ୍ରମିକ ସଂଗଠନ ଓ କୋଠାବାଡ଼ି ନିର୍ମାଣ ଏବଂ ଅନ୍ୟାନ୍ୟ ମଜଦୁର ମହାସଂଘ ରାୟଗଡ଼ା ଜିଲ୍ଲା କୋଲନରା ବ୍ଳକ ସଭାପତି ଭାବେ ଶ୍ରୀ ମାନସିଂ ଅଟକାଙ୍କୁ ଦାୟିତ୍ଵ ପ୍ରଦାନ କରାଯାଇଥିବା ବେଳେ ଶ୍ରୀ ପ୍ରସାଦ ଲିମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଖଗେଶ୍ବର ସିଂ ସଭାରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପୂର୍ବକ ସଭା ଶେଷର ଘୋଷଣା କରିଥିଲେ l


Share: