ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ପାଳନ, କାମାକ୍ଷାନଗ

Share:

ପପୁ କୁମାର ସାହୁ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ରେ ଆଜି ବିଜୁ ଜନତା ଦଳ ପକ୍ଷରୁ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି l ଗତ ଡିସେମ୍ବର ମାସ 26 ତାରିଖ ରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଦଳର ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଦଳ ର ସଭାପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ପ୍ରତିଷ୍ଠା ଦିବସ ପ୍ରତି ବ୍ଲକ୍ ଓ ନିର୍ବାଚନ ମଣ୍ଡଳୀ ରେ ପାଳନ କରିବା ପାଇଁ ଆହ୍ଵାନ ଦେଇଥିଲେ, ଏହି କ୍ରମରେ ଆଜି ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ଯ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଯୋଗଦେଇ କେନ୍ଦ୍ର ସରକାରଙ୍କ ଖାଉଟି ମାରଣ ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ପରାମର୍ଶ ଦେଇଥିଲେ l ସାଂସଦ ଶ୍ରୀ ମହେଶ୍ ସାହୁ ନିଜ ବକ୍ତବ୍ୟରେ ଚାଉଳ ପ୍ରଦାନ ରାଜନୀତି ନେଇ, ରାଜ୍ଯ କେନ୍ଦ୍ରକୁ ଦେଉଥିବା ରାଜସ୍ୱ ଓ କେନ୍ଦ୍ର ନିକଟରୁ ପାଉଥିବା ଅନୁଦାନ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ l ବିଧାୟକ ତଥା ବରିଷ୍ଠ କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ ମଲ୍ଲିକ ନିଜ ବକ୍ତବ୍ୟରେ ସାରା ଦେଶ ନବୀନ ପଟ୍ଟନାୟକଙ୍କ ଯୋଜନା ଓ ବ୍ୟକ୍ତିତ୍ୱ କୁ ଅନୁସରଣ କରୁଥିବା ବେଳେ, ବିରୋଧୀ ଦଳ କୁ ନିଶାନ କରି ସଭିଏଁ ନବୀନ୍ ବାବୁ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ବିଜେଡି ରେ ମିଶି ଯିବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବ୍ଲକ୍, ପଞ୍ଚାୟତ, ଓ ଏନ୍ଏସି ର ଅଧକ୍ଷ, ଉପାଧ୍ୟକ୍ଷ ମଞ୍ଚାସୀନ ଥିଲେ l


Share: