ଲୁଣା ନଦୀ ରୁ ଶବ ଉଦ୍ଧାର

Share:

ନିତ୍ୟସୁନ୍ଦର ଜେନା ସ୍ୱତନ୍ତ ପ୍ରତିନିଧି

କେନ୍ଦ୍ରାପଡା:ଗତ କାଲି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ଅଧୀନ ହରିଅଙ୍କ ପଞ୍ଚାୟତ କୁଳୁସାହି ଗ୍ରାମର ଯୁବକ ସନ୍ତୋଷ ମିଶ୍ର ଲୁଣା ନଦୀ ରେ ସ୍ନାନ କରୁଥିବା ସମୟରେ ନଦୀର ପ୍ରଖର ସ୍ରୋତରେ ଭାସି ଯାଇ ନିଖୋଜ ହୋଇଯାଇଥିଲେ,ତାଙ୍କୁ ପ୍ରତ୍ୟେକ୍ଷ ଦର୍ଶି ଚାଷୀ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ,ଏହି ଖବର ପାଇ ପୂର୍ବତନ ସରପଞ୍ଚ,ସମାଜ ସେବୀ ସୁଖଦା ନନ୍ଦ ପ୍ରଧାନ ,ସରପଞ୍ଚ କନକଲତା ପ୍ରଧାନ ନିଶ୍ଚିନ୍ତକୋଇଲି ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରି ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ,ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି,ଆଜି ଲୁଣା ନଦିର କଳପଡ଼ା ସେତୁ ନିକରେ ଏକ ଅଚିହ୍ନା ଯୁବକର ଶବ ଭାସୁଥିବା ର ଦେଖିବାକୁ ମିଳିଛି,ଖବର ପାଇ ସମାଜସେବୀ ସୁଖଦାନନ୍ଦ ପ୍ରଧାନ ,ସରପଞ୍ଚ କନାଲତା ପ୍ରଧାନ କଳପଡ଼ା ଲୁଣାନଦିରୁ। ପୋଲିସ ସହାୟତାରେ ସନ୍ତୋଷର ଶବ ଉଦ୍ଧାର କରି ଶବ ବ୍ୟବେ ଛେଦ କରାଇ,ଶବ ସଂସ୍କାର କରାଇଛନ୍ତି,ମୃତ ଗରିବ ସନ୍ତୋଷର ପରିବାରକୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ଜିଲ୍ଲାପ୍ରଶାସନ ନିକଟରେ ଦାବି କରିଛନ୍ତି


Share: