ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ଅନୁଷ୍ଠିତ

Share:

ପୁରୀ- ତା. ୨୩.୦୯.୨୦୨୧- (ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁ ରୋ ଚିଫ ଜିଲ୍ଲା ସ୍ବଳ୍ପ ସଞ୍ଚୟ ସଂଗଠନ ଆନୁକୂଲ୍ୟରେ ଆର୍ଥିକ ସାକ୍ଷରତା ଓ ଅନ୍ତର୍ଭୁକ୍ତିକରଣ ଶିବିର ସଦର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଏଥିରେ ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଏବଂ ଅଙ୍ଗନୱାଡି କର୍ମୀ ଯୋଗ ଦେଇଥିଲେ । ସ୍ବଳ୍ପ ସଞ୍ଚୟ ଉପ ବିଭାଗ ଉପ ଶାସନ ସଚିବ ଶ୍ରୀ ପ୍ରଶାନ୍ତ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଞ୍ଚିତ ଅର୍ଥ ରାଶିକୁ ପଞ୍ଜିକୃତ ସଂସ୍ଥାରେ ଜମା କରିବାକୁ ପରାମର୍ଶ ଦେଇଥିଲେ ।

ଅଣସ୍ବୀକୃତିପ୍ରାପ୍ତ, ଅଣଅଧିକୃତ ଏବଂ ଅଣପଞ୍ଜିକୃତ ସଂସ୍ଥା, ଅନୁଷ୍ଠାନ କିମ୍ବା ବ୍ୟକ୍ତିଙ୍କ ନିକଟରେ ଅର୍ଥ ନିବେଶ ଠାରୁ ଦୂରେଇ ରହିବାକୁ କହିଥିଲେ । ସେହିଭଳି ପୁରୀ ଡାକ ମଣ୍ତଳ ବରିଷ୍ଠ ଡାକ ଅଧିକ୍ଷକ ଶ୍ରୀ ବିପିନ ବିହାରୀ ମହାନ୍ତି ପୋଷ୍ଟ ବିଭାଗ ପକ୍ଷରୁ ଜମାରାଶି ଉପରେ ସୁଧ ଏବଂ ବିଭିନ୍ନ ସଞ୍ଚୟ ଯୋଜନା ଉପରେ ଆଲୋକପାତ କରିଥିଲେ । ଅଣପଞ୍ଜିକୃତ ବେସରକାରୀ ସଂସ୍ଥାରେ ଅର୍ଥ ଲଗାଣ ସର୍ବଦା ଅସୁରକ୍ଷିତ ବୋଲି ସେ ମତବ୍ୟକ୍ତ କରିଥିଲେ । ସେହିଭଳି ଆକସ୍ମିକ ଏବଂ ଆକର୍ଷଣ ଅର୍ଥ ପାଇବା ପ୍ରତି ପ୍ରଲୋଭିତ ନହେବା ପାଇଁ ଇଣ୍ତିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ପରିଚାଳକ ଶ୍ରୀ ଅବିନାଶ ପାଣି କହିଥିଲେ । ସନ୍ଦିଗ୍ଧ ବ୍ୟକ୍ତି, ଫୋନକଲ, ଇମେଲ ପ୍ରତି ସର୍ବଦା ସତର୍କତା ଅବଲମ୍ବନ କରିବାକୁ ହେବ । ଅର୍ଥଲଗାଣ ପୂର୍ବରୁ ଏହାର ଯାଞ୍ଚ କିମ୍ବା ପରାମର୍ଶ କରାଯିବା ଆବଶ୍ୟକତା ବୋଲି ସେ ଶ୍ରୀ ପାଣି କହିଥିଲେ ।

ଜିଲ୍ଲା ସ୍ବଳ୍ପ ସଞ୍ଚୟ ଓ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଅଧିକାରୀ ଶ୍ରୀ ବିଭୂତି ଭୂଷଣ ନାୟକ ସଭା ପରିଚାଳନା କରିଥିବା ବେଳେ ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ଶ୍ରୀ କିଶୋର ଚନ୍ଦ୍ର ଆର୍ଚାଯ୍ୟ, ପୁରୀ ସଦର ଏବିଡିଓ ଶ୍ରୀ ମନୋଜ ବେହେରା, ସିଡିପିଓ ଚନ୍ଦ୍ରପ୍ରଭା ଦେଇ ପ୍ରମୁଖ ଉପସ୍ଥିତ ଥିଲେ ।


Share: