ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ – ୨୦୨୩

Share:

ପପୁ କୁମାର ସାହୁ

ଢ଼େଙ୍କାନାଳ :ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ତା ୦୯.୧୧.୨୦୨୨ ରିଖରେ ଢେଙ୍କାନାଳ ଜିଲ୍ଲାର ସମସ୍ତ ଚାରି ଗୋଟି ନିର୍ବାଚନ ମଣ୍ଡଳୀରେ ଭୋଟର ତାଲିକା ଚିଠା , ପଞ୍ଜୀକରଣ ଅଧିକାରୀ ତଥା ଉପ – ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଏବଂ ମତଦାନ କେନ୍ଦ୍ରରେ ପ୍ରକାଶିତ ହୋଇଅଛି ଏବଂ ଏହି ତାରିଖ ଠାରୁ ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ – ୨୦୨୩ କାର୍ଯ୍ୟକ୍ରମ ଟି କାର୍ଯ୍ୟକାରୀ କରାଯିବ ।

ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାରେ ନୂତନ ଭୋଟରଙ୍କର ନାମ ପଞ୍ଜୀକରଣ କରିବା , ଅନୁପସ୍ଥିତ , ସ୍ଥାନାନ୍ତରିତ ହୋଇଥିବା ଏବଂ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦକରିବା ସହିତ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା । ଯଦି କୌଣସି ଭୋଟର ନିଜର ନାମ ଯାଞ୍ଚ କରିପାରିବା ନିମନ୍ତେ ମୁଖ୍ୟ ନିର୍ବାଚନ କମିଶନଙ୍କର website www.ceoodisha.nic.in କୁ ଯାଇ ଦେଖୁ ପାରିବେ । ଭୋଟର ତାଲିକାକୁ ନିର୍ଭୁଲ ଏବଂ ସ୍ବଚ୍ଛ କରିବା ପାଇଁ ଏବଂ ଭୋଟରଙ୍କ ମଧ୍ୟ ରେ ସଚେତନତା ସୃଷ୍ଟି କରିବା ଏହି ଅଭିଯାନ ର ମୂଳ ଲକ୍ଷ । ସୂଚନା : ୧.ଯେଉଁ ବ୍ୟକ୍ତି ଙ୍କ ବୟସ ୧.୧.୨୦୨୩ ରିଖ ସୁଧା ୧୮ ବର୍ଷ ହେଉଥିବ ସେମାନେ ନୂତନ ଭୋଟର ଭାବରେ ନିଜର ନାମ online ( NVSP , VHA ) ମାଧ୍ୟମରେ ଫର୍ମ -6 ରେ ନାମ ପଞ୍ଜିକରଣ କରିପାରିବେ କିମ୍ବା ସମ୍ପୃକ୍ତ ବୁଥ ସ୍ତରୀୟ ଅଧିକାରୀ ( BLO ) , ସହପଞ୍ଜିକରଣ ଅଧିକାରୀ AERO କିମ୍ବା ପଞ୍ଜିକରଣ ଅଧିକାରୀ ( ERO ) ଙ୍କ ନିକଟରେ ଅବେଦନ କରିପାରିବେ । ୨ . ଯେଉଁ ବ୍ୟକ୍ତି ଙ୍କ ବୟସ , ୦୧ ଏପ୍ରିଲ , ୨୦୨୩ , ୦୧ ଜୁଲାଇ , ୨୦୨୩ ଏବଂ ୦୧ ଅକ୍ଟୋବର , ୨୦୨୩ କୁ ୧୮ ବର୍ଷ ହେବ ସେମାନେ ମଧ୍ୟ ଫର୍ମ -6 ରେ ନିଜ ର ନାମ ପଞ୍ଜିକରଣ ପାଇଁ ଅଗ୍ରୀମ ଆବେଦନ କରିପାରିବେ । ୩ . ଭୋଟର ତାଲିକାରୁ ନାମକୁ ବାଦ ଦେବାପାଇଁ online ମାଧ୍ୟମରେ ଫର୍ମ – ୭ ରେ ଅବେଦନ କରିପାରିବେ । ୪ . ବାସସ୍ଥାନ ସ୍ଥାନାନ୍ତରଣ / ସଂଶୋଧନ ପାଇଁ ଅନଲାଇନ ମାଧ୍ୟମରେ ଫର୍ମ – ୮ ରେ ଆବେଦନ କରିପାରିବେ । ୫ . ଏଥ୍ ନିମନ୍ତେ ୦୯.୧୧.୨୦୨୨ ରୁ ତା ୦୮.୧୨.୨୦୨୨ ମଧ୍ୟ ରେ BLO ମାନେ ନିଜ ବୁଥ ଅନ୍ତର୍ଗତ ସମସ୍ତ ଗୃହ ପରିଦର୍ଶନ କରି ଦରଖାସ୍ତ ଫର୍ମ ସଂଗ୍ରହ କରିବା ର ବ୍ୟବସ୍ତା କରାଯାଇ ଅଛି ।

ଏହି ଅବସରରେ ଆଜି ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଭୋଟର୍ ତାଲିକାରେ ନୂତନ ପଞ୍ଜିକରଣ ନିମନ୍ତେ ସମସ୍ତେ ଆଗେଇ ଆସିବାକୁ ସେ ପରାମର୍ଶ ଦେଇଛନ୍ତି।


Share: