ସଂସ୍କାର ସେବକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Share:

ସମ୍ବର୍ଦ୍ଧିତ ହେଲେ ୪୦ ସଂସ୍କାର ସେବକ

ଓଡିଶା ବ୍ୟୁରୋଚିଫ

ପୁରୀ- ସ୍ଵର୍ଗଦ୍ଵାର ସଂସ୍କାର ସେବକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସ୍ଵର୍ଗଦ୍ଵାର ସେବା କେନ୍ଦ୍ର ଦ୍ବାରା ଆୟୋଜିତ ଏବଂ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ପୁରୀ ଶାଖା ସହଯୋଗିତାରେ ସ୍ବର୍ଗଦ୍ବାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୪୦ ଜଣ ସଂସ୍କାର ସେବକ ମାନଙ୍କୁ ସେମାନଙ୍କ ସେବା ପାଇଁ ପ୍ରଶଂସା ପତ୍ର ସହ ଉପଢ଼ୌକନ ଓ ସଂସ୍କାର ସେବକ ନିଧି ପୁସ୍ତିକା ପ୍ରଦାନ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ଵର୍ଗଦ୍ଵାର ସେବା ସମିତିର ଆବାହକ ସମ୍ପାଦକ ତଥା ଉପଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ସଂସ୍କାର ସେବକ ମାନଙ୍କ ସେବାକୁ ପ୍ରଶଂସା କରିବା ସହିତ ସ୍ଵର୍ଗଦ୍ଵାରକୁ ଅନ୍ତେଷ୍ଠି କ୍ରିୟା ପାଇଁ ଆସୁଥିବା ବ୍ୟକ୍ତବିଶେଷ ମାନଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଷ୍ଟେଟ୍ ବ୍ୟାଙ୍କ୍ ଇଣ୍ଡିଆର ରିଜିଓନାଲ ମ୍ୟାନେଜର ଶ୍ରୀ ଶଙ୍କର୍ଷଣ ମଲିକ ସଂସ୍କାର ସେବକ ମାନେ ଷ୍ଟେଟ୍ ବ୍ୟାଙ୍କରେ ଆକାଉଣ୍ଟ୍ ଖୋଲି ଥିବାରୁ ଧନ୍ୟବାଦ ଦେବା ସହିତ ଆଗାମୀ ଦିନରେ ସଞ୍ଚୟ ମାଧ୍ୟମରେ ସଂସ୍କାର ସେବକ ଓ ସେମାନଙ୍କ ପରିବାର ଆର୍ଥିକ ସ୍ଥିତି ସୃଦୃଢ଼ ହେବ ବୋଲି ମତବ୍ୟକ୍ତ କରିଥିଲେ ।ଅନ୍ୟତମ ବିଶେଷ ଅତିଥି ଭାବେ ଯୋଗ ଦେଇ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆର ଆସିଷ୍ଟାଣ୍ଟ ମ୍ୟାନେଜର ଆକାଉଣ୍ଟ ଅଡିଟ ଶ୍ରୀ ବଲ୍କେଶ୍ ସିଂ ସ୍ଵର୍ଗଦ୍ଵାରର ସେବା ଏକ ମହତ ସେବା ଏବଂ ଏହି କାର୍ଯ୍ୟକ୍ରମ ସହିତ ଜଡିତ ପ୍ରତ୍ୟେକ ସେବକ ଭାଗ୍ୟବାନ ବୋଲି କହିଥିଲେ। ପ୍ରାରମ୍ଭରେ ପୁରୀ ଶିଶୁ କଲ୍ୟାଣ କମିଟିର ପୂର୍ବତନ ଅଧ୍ୟକ୍ଷ ତଥା ସ୍ଵର୍ଗଦ୍ଵାର ସେବା ସମିତିର କାର୍ଯ୍ୟକାରୀ କମିଟି ସଦସ୍ୟ ଶ୍ରୀ ସିଦ୍ଧାର୍ଥ ରାୟ ସ୍ଵାଗତ ଭାଷଣ ଦେଇଥିବା ବେଳେ ଷ୍ଟେଟବ୍ୟାଙ୍କ ଅଫ ଇଣ୍ତିଆ, ପୁରୀ ମୁଖ୍ୟ ଶାଖାର ପ୍ରବନ୍ଧକ ଶ୍ରୀ ସମ୍ବିତ ପଟ୍ଟନାୟକ ଧନ୍ୟବଦ ଅର୍ପଣ କରିଥିଲେ । ଏହି ଉତ୍ସବକୁ ସ୍ଵର୍ଗଦ୍ଵାର ସେବା କେନ୍ଦ୍ରର ମୁଖ୍ୟ ସେବକ ଶ୍ରୀ ସୁଜିତ୍ ମହାନ୍ତି, କନିଷ୍ଠ ସେବକ ଶ୍ରୀ ବ୍ରଜ କିଶୋର ସାହୁ, ଶ୍ରୀ ସନ୍ତୋଷ ମହାନ୍ତି, ଶ୍ରୀ ବିଶ୍ଵନାଥ ହରିଚନ୍ଦନ, ଶ୍ରୀ ରାଜେନ୍ଦ୍ର କୁମାର ଦାସ ପ୍ରମୁଖ ପରିଚାଳନା କରି ଥିଲେ ।


Share: