ଧାନମଣ୍ଡି ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର

Share:

ପପୁ କୁମାର ସାହୁ

ଢେଙ୍କାନାଳ, ଭୁବନ :- ଚଳିତ ଖରିଫ୍ ଋତୁ ୨୦୨୨ – ୨୩ ବର୍ଷ ଧାନମଣ୍ଡି ପାଇଁ ଢେଙ୍କାନାଳ ଜିଲ୍ଲା ଭୁବନ ରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡିସେମ୍ବର ୨୮ ତାରିଖ ଠାରୁ ଧାନମଣ୍ଡି ଆରମ୍ଭ ହେବାକୁ ଥିବାବେଳେ ମଣ୍ଡିରେ ଗୁଣାତ୍ମକ ମାନର ଧାନ କ୍ରୟପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ତେବେ ଚାଷୀ,ମହିଳା ସ୍ବୟଂସହାୟକ ଗୋଷ୍ଠୀ ଓ ସମିତି କର୍ମଚାରୀଙ୍କୁ ନେଇ ଆୟୋଜିତ ହୋଇଥିବା ଏହି ଶିବିରରେ ଭୁବନ ନଗରପାଳ ଶୁଭେନ୍ଦୁ ସାହୁ ଓ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ ଅତିଥୀ ଭାବେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳାରେ ଧାନମଣ୍ଡି ସମାପନ କରିବା ପାଇଁ ବିଶେଷ ଆଲୋଚନା କରିଥିଲେ। ସେହିପରି ଅତିରିକ୍ତ ଯୋଗାଣଅଧିକାରୀ ସଂଜୟ କୁମାର ଦାସ ଓ କାମାକ୍ଷାନଗର ସହକାରୀ ସମବାୟ ନିବନ୍ଧକ ଅନିଲ କୁମାର ରଥ ପ୍ରମୁଖ ଉପସ୍ଥିତ ରହି କିପରି ଉନ୍ନତ ମାନର ଧାନ କ୍ରୟ ସହିତ କେଉଁ ପ୍ରଣାଳୀ କ୍ରୟ ହେବ ଆଲୋଚନା କରିଥିଲେ। ଶିବିରରେ ମହିଳା ମାନଙ୍କୁ ମଧ୍ୟ ଧାନର ଆଦ୍ରତା ମାପିବା ଟ୍ରାନିଂ ଦିଆଯାଇଥିଲା। ତେବେ ନିୟନ୍ତ୍ରୀତ ବଜାର କମିଟି ଦ୍ବାରା ଆୟୋଜିତ ହୋଇଥିବା ଏହି ଶିବିରରେ ମଣ୍ଡିରେ କଟଣୀ, ଛାଟେଣି, ଅଖା ଟଙ୍କା ଓ ଦଲାଲଙ୍କ ପ୍ରାଦୁର୍ଭାବ କୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଶେଷରେ କାମାକ୍ଷାନଗର ନିୟନ୍ତ୍ରୀତ ବଜାର କମିଟିର ସଂପାଦକ ରବିନାରାୟଣ ସାହୁ ଚାଷୀଙ୍କର ବିଭିର୍ଣ୍ଣ ଫସଲ ବା ଚାଷ ସମ୍ପର୍କିତ ଦ୍ରବ୍ୟକୁ ଓଡିଶା ସ୍ତରରେ ସହଜ ଓ ସୁବିଧାରେ କିପରି ବିକ୍ରି କରାଯିବ, ସେ ସଂପର୍କିତ ତଥ୍ୟ ପ୍ରଦାନ କରିଥିଲେ।


Share: