ଅବକରି ଚଢାଉ

Share:

ପୁରୀ :(10/8/2021)ପୁରୀ ଜିଲାପାଳଙ୍କ ନିଁର୍ଧେଶ କ୍ରମେ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ଼ର ନୀରିକ୍ଷକ ଶ୍ରୀ ସଂଜୟ କୁମାର ପଣ୍ଡା ଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ଖଲିକୋଟ ସ୍ଥିତ ସାକିରିରୁ ବିଷାକ୍ତ ଦେଶୀ ରନ୍ଧା ମଦ ଆଣି ମାଲୁଦ, ରାମଲେଁକା, କ୍ଷୀରିସାହି, ଉଠାନିକୁଦା,କୃଷ୍ଣପ୍ରସାଦ ଗଡ଼ ଆଦି ଅଂଚଳରେ ଖୁଚୁରା ବ୍ୟବସାୟଙ୍କୁ ବିକ୍ରି କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତି ଯାହାଙ୍କର ନାମ ବିପିନ ବିଶ୍ୱାଳ , ବୟସ 30 ବର୍ଷଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏବଂ ଉକ୍ତ ବିଷାକ୍ତ ମଦ ପାରିକୁଦ ଅଞ୍ଚଳକୁ ଆଣିବାର ମାଷ୍ଟର ମାଇଣ୍ଡ ନରେନ୍ଦ୍ର ପ୍ରଧାନଙ୍କ ଭିଣେଇ ଜଗବନ୍ଧୁ ବିଶ୍ୱାଳ ଉକ୍ତ କେସର ମୁଖ୍ୟ ଅଭିଯୁକ୍ତ ଭାବେ ଫେରାର ଅଛି।

ଏମାନଙ୍କୁ ଚଢ଼ଉ କରି ତାଙ୍କ ଠାରୁ 1200 ଲିଟର ଦେଶୀ ରନ୍ଧା ମଦ, ଦୁଇଗୋଟି ମଦ ପାଉଚ ତିଆରି କରିବା ମେସିନ ଓ ଗୋଟିଏ Honda Shine SP Bike ଜବତ କରିଛନ୍ତି ଏବଂ ତାଙ୍କୁ ଗିରଫ କରି ଜିଲ୍ଲା ମୋବାଇଲ ସ୍କ୍ୱାଡ଼ ନିରୀକ୍ଷଙ୍କ କେସ ନଂ 26/21-22ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ଜିଲ୍ଲା ମୁଖ୍ୟ କାରାଗାରକୁ ପଠାଯାଇଛି। ଏହି ଚଢ଼ାଉରେ ଅବକାରୀ ASI ଏନ। ଜାଗିନି ରାଓ, ସୁବାଷ ଚନ୍ଦ୍ର ମହାପାତ୍ର, Staff- ପୂର୍ଣଚନ୍ଦ୍ର ନାୟକ, ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରବୀଣ ବିରାଜ କିରୋ ପ୍ରମୁଖ ସାମିଲ ଥିଲେ…ପ୍ରକାଶ ଥାଉ କି, ଗଲା ମାର୍ଚ୍ଚ ମାସରେ ମଧ୍ୟ ମୋବାଇଲ ସ୍କ୍ୱାଡ଼ ଏହି କୃଷ୍ଣପ୍ରସାଦ ଅଂଚଳରେ ଚଢ଼ାଉ କରି ପ୍ରାୟ 1850 ଲିଟର ବିଷାକ୍ତ ଦେଶୀ ରନ୍ଧା ମଦ ଜବତ କରିଥିଲେ ଏବଂ ଏହି କେସରେ ମାଷ୍ଟର ମାଇଣ୍ଡ ନରେନ୍ଦ୍ର ପ୍ରଧାନ ଫେରାର ଅଛି।

ଓଡିଶା ବ୍ୟୁର ଚିଫ ସମୀର ରଞ୍ଜନ ନାୟକ ଙ୍କ ରିପୋର୍ଟ।


Share: