ଗୋବିନ୍ଦସାହୁ ଆତ୍ମାହତ୍ୟାମାମଲା ରେ ଓଡିଶା ମାନବାଧିକାର କମିଶନର ନିଜ ଆଡୁ ମାମଲା ରୁଜୁ କଲେ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ବହୁଚର୍ଚ୍ଚିତ ମମିତା ହେହର ହତ୍ୟା ଘଟଣା ରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମାହତ୍ୟା କରିଥିବା ଖବର ମିଳିଛି ମିଳିଥିବା ଖବର ଅନୁଯାଇ l ଅଭିଯୁକ୍ତ ଗୋବିନ୍ଦ ସାହୁର । ଆଜି ସକାଳେ ସେ ବଲାଙ୍ଗିର  କଣ୍ଟାବାଂଜୀ ଜେଲ୍ ପରିସର ରୋଷେଇ ଘର ପାର୍ଶ୍ୱ ଏକ ଗଛରେ ଟାୱେଲ ଦେଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହା ଦେଖି ଜେଲ କର୍ତ୍ତୃପକ୍ଷ ତାଙ୍କୁ ଉଦ୍ଧାର କରି ମେଡିକାଲକୁ ଆଣିଥିଲେ । ହେଲେ ଗୋବିନ୍ଦଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏହି ମାମଲାରେ ସେ ଏକମାତ୍ର ଅଭିଯୁକ୍ତ ଥିଲେ । ଆଜି ତାଙ୍କୁ କୋର୍ଟରେ ହାଜର ହେବାର ଥିଲା । ମାମଲାରେ ପ୍ରାୟ ସମସ୍ତ ପକ୍ଷର ସାକ୍ଷ୍ୟ ସରିଥିଲା । ମମିତାଙ୍କ ପରିବାରଲୋକେମଧ୍ୟସାକ୍ଷ୍ୟଦେଇସାରିଥିଲେ । ସେପଟେ ଗୋବିନ୍ଦ ଆବେଦନ କରିଥିବା ଜାମିନ୍ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା ।ତେବେ ଏହି ମୃତ୍ୟୁ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ l ପୋଲିସ ମହାନିର୍ଦେଶକ ଏହି ନିର୍ଦେଶ ଦେଇଛନ୍ତି ତେଣୁ କଣ୍ଟାବାଞ୍ଜିପୋଲିସ ହାତରୁ କ୍ରାଇମବ୍ରାଞ୍ଚ ନେବ ତଦନ୍ତ ଭାର l କ୍ରାଇମ ବ୍ରାଞ୍ଚର ଡିଏସପି ବିଜୟ ମଲିକଙ୍କୁ ନେଇ ଗଠିତ ଚାରିଜଣିଆ କ୍ରାଇମ ବ୍ରାଞ୍ଚ ଟିମ ମାମଲାର ତଦନ୍ତ କରିବ l ଅନ୍ୟପଟେ ଗୋବିନ୍ଦସାହୁ ଆତ୍ମହତ୍ୟାଘଟଣାର ନିଜଆଡୁମାମଲା ରୁଜୁ କଲା ଓଡ଼ିଶା ମାନବ ଅଧିକାର କମିଶନ (ଓଏଚଆରସି)। ଜେଲ ବିଭାଗ ସ୍ବତନ୍ତ୍ର ଡିଜି, ବଲାଙ୍ଗିର ଏସଆଇଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ୍‌ । ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି l ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ଯାଞ୍ଚ ସହ ବ୍ୟବଚ୍ଛେଦ ହେବ । ଯାହାର ଭିଡିଓଗ୍ରାଫି ମଧ୍ୟ ହେବବୋଲି କହିଛନ୍ତି ଆଇଜି। ତେବେ ଜେଲ ଡ଼ିଆଇଜି ମଧ୍ୟ ଏହାକୁ ନେଇ ତଦନ୍ତ କରିବେ ।


Share: