ପୁଣି ଓଡିଶାର କୋଟିଆ ରେ ଆନ୍ଧ୍ର ଅନୁ ପ୍ରବେଶ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଦିନକୁ ଦିନ ଆନ୍ଧ୍ର ଦାଦାଗିରି ବଢିଚାଲିଛି l ପୁଣି କୋଟିଆରେ ବାଣ୍ଟିଲା ଖେଳସାମଗ୍ରୀ l ଗତ 9ତାରିଖ ରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଦିନିକିଆ ଓଡିଶା ଗସ୍ତରେ ଆସିଥିଲେ l ଓଡିଶା ଓ଼ ଆନ୍ଧ୍ରାପ୍ରଦେଶ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ମଧ୍ୟରେ ଆଲୋଚନା ପରେ ବିବାଦର ସାମାଧନ ଲାଗି କମିଟି ଗଠନ ପରେ ମଧ୍ୟ କୋଟିଆରେ ଆନ୍ଧ୍ର ପକ୍ଷରୁ ବେଆଇନ ଅନୁପ୍ରବେଶ ଜାରି ରହିଛି l ଆନ୍ଧ୍ର ଏଭଳି ବେଏଇ କାର୍ଯ୍ୟକଳାପ ଓଡିଶା ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି l କେତେବେଳେ ବାଲି ତ କେତେବେଳେ ପାଣି ଉପରେ ନଜର l ଓଡିଶା ସୀମାନ୍ତ ଗାଁ ଗୁଡ଼ିକ ଅନେକଂlଶରେ ଅଗମ୍ୟ ଅରଣ୍ୟର ଭରପୁର ଫାଇଦା ଉଠାଇବାକୁ ପ୍ରୟାସରତ ପଡୋଶୀ l ସୀମାନ୍ତର ଅଧିବାସୀ ମାନଙ୍କୁ ଅନେକ ଲୋଭନୀୟ ଯୋଜନା ଦେଖାଇ ସେମାନେ ପସୀ ଆସୁଛନ୍ତି l ତେଣୁ ସୀମାନ୍ତ ଅଞ୍ଚଳ ଅଧିବାସୀ ମାନେ ପଡୋଶୀ ରାଜ୍ୟ ପ୍ରତି ଆକର୍ଷିତ ହେବା ଓ଼ ତାଙ୍କ ପ୍ରଭୋଭନରେ ପଡିବା କିଛି ଅସ୍ୱାଭାବିକ କଥା ନୁହେଁ l ଆନ୍ଧ୍ର ରାଜ୍ୟକୁ ନେଇ ଦୀର୍ଘବର୍ଷ ହେବ ସମସ୍ୟା ଲାଗିରହିଛି l ଏଭଳି ସୀମା ବିବାଦ ଲାଗି ରହିଲେ ଉଭୟ ଅଞ୍ଚଳର ଅର୍ଥନୀତି ଓ଼ ରାଜନୀତିରେ ବହୁ କ୍ଷୟକ୍ଷତି ପ ପଞ୍ଚାଇପାରେ l ଏହି ସୀମା ବିବାଦର ସମାଧାନ କରିବା ପାଇଁ ରାଜ୍ୟସରକାର କେନ୍ଦ୍ର ସରକାରଙ୍କ ସହାୟତା ଲୋଡି ତୁରନ୍ତସମାଧାନ କରନ୍ତୁ


Share: