ପୋଖରୀରେ ବୁଡି ଜଣେ ଯୁବକ ମୃତ
ଭଗବାନ ପାଢ଼ୀ ଙ୍କ ରିପୋର୍ଟ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଋଷିପୁର ଗ୍ରାମର ପୁରୁଣା ବନ୍ଧ ରେ ବୁଡି 28 ବର୍ଷୀୟ ନାରାୟଣ ସ୍ଵାଇଁ ନାମକ ଯୁବକ ଙ୍କ ମୃତ ହୋଇଥିବା ସୂଚନା ମିଳିଛି । ସେ ଆଜି ସକାଳେ ପୋଖରୀ କୁ ଗାଧେଇବା କୁ ଯାଇ ଥିବା ସମୟରେ ଅସାବଧନତା ବଶତଃ ଗୋଡ଼ ଖସିଯାଇଥିଲା ।

ଲୋକେ ତାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିବା ସହ ଆସିକା ଅଗ୍ନିଶମ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ଆସିକା ଅଗ୍ନିଶମ ବିଭାଗ ପହଞ୍ଚି ବହୁ ଖୋଜା ଖୋଜି କରିବା ପରେ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ତ ଚିକିତ୍ସାଳୟ ରେ ଭର୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ସେପଟେ ଆସିକା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l