ବାଣପୁରର ଅଧିଷ୍ଟାତ୍ରି ଦେବୀ ମା” ଭଗବତୀଙ୍କ ପୀଠରେ ଦୁର୍ଗୋତ୍ସବ ଆରମ୍ଭ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଧିଷ୍ଟାତ୍ରି ଦେବୀ ମା” ଭଗବତୀଙ୍କ ପୀଠରେ ଦୁର୍ଗୋତ୍ସବ ପର୍ବ ଆରମ୍ଭ ହୋଇ ଯାଇଛି। ଏହି ପର୍ବ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ବେଳେ। ପ୍ରଥମ ଆଠ ଦିନ ମୁଖ୍ୟ ମନ୍ଦିରରେ ହେଉଥିବା ବେଳେ ଶେଷ ଆଠଦିନ ବାହାର ପର୍ବ ସାତ ବଖରା ପର୍ବ ଗୃହରେ ଅନୁଷ୍ଠିତ ହୋଇଥାଏ। ଭିତର ପର୍ବରେ ମା” ଭଗବତୀଙ୍କ ଚଳନ୍ତି ପ୍ରତିମା କାଠି ଠାକୁରାଣୀ, କନକ ଦୁର୍ଗା ଏବଂ ମା” ଭଗବତୀଙ୍କ ପ୍ରଥମ ସେବକ ବଳିଜେନା ବାଣପୁର ବଜାର ପରିକ୍ରମା କରି ମୁଖ୍ୟ ମନ୍ଦିରରେ ଥିବା ଭିତର ପର୍ବ ଗୃହରେ ବିଜେ କରିବେ। ପୂଜା ସମାପନ ପରେ ବିଳମ୍ବିତ ରାତ୍ରୀରେ କାଠି ଠାକୁରାଣୀ ପୁର୍ନବାର ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରକୁ ପତ୍ୟବର୍ତନ କରିବେ।ଏ ସମୟରେ ମନ୍ଦିରରେ ସ୍ଵତ୍ତନ୍ତ ପୂଜା ନୀତି ସହ ଦିନେ ଛଡ଼ା ଦିନେ “ବଳି ନାଟ” ହୁଏ। ଏହିପରି ଅମାବାସ୍ୟା ଯାଏଁ ପ୍ରତ୍ୟେହ କାଟି ଠାକୁରାଣୀ ମା” ଭଗବତୀ ପିତ୍ରାଳୟ ଦକ୍ଷେଶ୍ଵର ମନ୍ଦିରରୁ ବାହାରି ମୁଖ୍ୟା ମନ୍ଦିରରେ ବିଜେ କରିଥାନ୍ତି।ଅମାବାସ୍ୟା ଦିନ ଭିତର ପର୍ବ ଶେଷ ହେବା ପରେ ମା” ଭଗବତୀଙ୍କ ସମେତ ସାତ ଭଉଣୀ ଦକ୍ଷେଶ୍ଵର ମନ୍ଦିର ନିକଟରେ ସ୍ବତ୍ତନ୍ତ ଭାବେ ନିର୍ମିତ ସାତ ବଖରା ଗୃହରେ ବିଜେ କରିବେ।


Share: