ଶ୍ରମିକ ମୃତ୍ୟ କୁ ନେଇ ଚିନି ଶିଳ୍ପ ସମ୍ନାରେ ଶ୍ରମିକ ସଙ୍ଘଠନ ପକ୍ଷରୁ ପ୍ରତିବାଦ

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଆସିକା ଚିନିଶିଳ୍ପ ରେ ଅଘଟଣ l କାମ କରୁଥିବା ବେଳେ ଗ୍ୟାସ ପାଇପ ଫାଟି ବିଘ୍ନେଶ୍ୱର ବେହେରା ଓ ଶ୍ୟାମନାରାୟଣ ରାୟ ନାମକ ଦୁଇ ଶ୍ରମିକ ଗୁରୁତର । ଗୁରୁତର ଙ୍କୁ ଭୂବନେଶ୍ବର ଘରୋଇ ମେଡିକାଲ ରେ ଚିକିତ୍ସିତ ବେଳେ ଆଜି ହରିଡ଼ାପଦର ଗ୍ରାମର ବିଘ୍ନେଶ୍ୱର ବେହେରା ଙ୍କ ମୃତ୍ୟୁ ହୋଇଛି l ଗତ 16 ତାରିଖ ଦିନ ଘଟିଥିଲା ଅଘଟଣ ।

ବୟଲର ପ୍ଲାଣ୍ଟରେ କାମ କରୁଥିବା ସମୟରେ ବ୍ଲାଷ୍ଟ ହେବା ଫଳରେ ସେଥିରୁ ବାହାରୁଥିବା ଷ୍ଟିମରେ ପୋଡି ଯାଇଥିଲେ ଦୁଇ ଶ୍ରମିକ l ଉଭୟ ଶ୍ରମିକ ଙ୍କ ପାଖାପାଖି 70 ପ୍ରତିଶତ ପୋଡି ଯାଇଥିବା ବେଳେ ସେମାନଙ୍କୁ ଚିକିତ୍ସା ନିମନ୍ତେ ମେଡ଼ିକାଲରେ ଭର୍ତି କରାଯାଇଥିଲା l ବର୍ତମାନ ମଧ୍ୟ ଗୁରୁତର ଶ୍ୟାମନାରାୟଣ ଙ୍କ ଅବସ୍ଥା ସଙ୍କଟାପର୍ଣ ରହିଛି l

ତେବେ ଆଜି ଶ୍ରମିକ ବିଘନେଶ୍ୱର ଙ୍କ ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଶ୍ରମିକ ସଙ୍ଘଠନ ପକ୍ଷରୁ ମୃତଦେହକୁ ଚିନି ଶିଳ୍ପ ସମ୍ନାରେ ରଖି ପ୍ରତିବାଦ ଜାରିରଖିଛି ଶ୍ରମିକ ସଂଗଠନ l


Share: