ଗୁଣିଆ ସନ୍ଦେହରେ ଜଣେ ମହିଳା ଙ୍କୁ ପିଟି ପିଟି ହତ୍ୟା ଓ ଚାରି ପରିବାରକୁ ଆକ୍ରମଣ ଘଟଣା ରେ 5 ମାମଲା ରୁଜୁ କରି 33 ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ, ଜନ ଶୂନ୍ୟ ପୁରା ଗ୍ରାମ

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମଧୁରଝୋଳି ଗ୍ରାମରେ ଗୁଣି ଗାରେଡି ସନ୍ଦେହ ରେ ଘଟିଥିବା ଅମାନବୀୟ ଘଟଣା କୁ ବିତିଲା ତିନିଦିନ l ଘଟଣାରେ ପୋଲିସ 5 ଟି ମାମଲା ରୁଜୁ କରି 33 ଜଣଙ୍କୁ କୋର୍ଟ ଚାଲାଣ କରିବା ସହିତ ଅନେକ ଲୋକଙ୍କୁ ଅଟକ ରଖିଥି ତଦନ୍ତ ଜାରି ରଖିଥିବା ବେଳେ ଆଜି ଜନଶୂନ୍ୟ ହୋଇଯାଇଛି ପୁରା ଗ୍ରାମ l ସବୁଆଡେ ସୃଷ୍ଟି ହୋଇଛି କୋକୁଆ ଭୟ l ଏବଂ ଅଧିକାଂଶ ଘରେ ଝୁଲୁଛି ତାଲା l

କେବଳ ଗ୍ରାମରେ ରହିଛନ୍ତି ହାତଗଣତି ବୟସ୍କ ଓ ଛୋଟ ଶିଶୁ l ଏବେବି ଗ୍ରାମ ବାହାରେ ଜଗିରହିଛି ପୋଲିସ lଗୁଣି ଗାରେଡି କୁ କେନ୍ଦ୍ରକରି ମହିଳାଙ୍କୁ ହତ୍ୟା ଓ ଚାରି ପରିବାର କୁ ଆକ୍ରମଣ ଘଟଣାକୁ ନେଇ ତିନିଦିନ ଧରି ଚର୍ଚ୍ଚାରେ ରହିଥିବା ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା କନିଆରୀ ପଞ୍ଚାୟତ ର ମଧୁରଝୋଳି ଗ୍ରାମ ଆଜି ହୋଇଛି ଜନଶୂନ୍ୟ l ଗ୍ରାମରେ କୋଳାହଳ ପରିବର୍ତ୍ତେ ସୃଷ୍ଟି ହୋଇଛି କୋକୁଆ ଭୟ l ଗ୍ରାମ ବାହାରେ ପୋଲିସ ପ୍ରହରା ଦେଉଥିବା ବେଳେ ଅଙ୍ଗନବାଡି କେନ୍ଦ୍ର ହେଉ କି 200 ପରିବାର ରହୁଥିବା ଗ୍ରାମର ପ୍ରାୟତଃ ଘରେ ଝୁଲୁଛି ତାଲା l

ADVT.

କେବଳ ହାତଗଣତି ବୟସ୍କ ଓ ଛୋଟ ଛୋଟ ଶିଶୁ ଗ୍ରାମରେ ରହିଥିବା ବେଳେ ଏହି ଭଳି ସୁନସାନ ଦୃଶ୍ୟ ଗ୍ରାମରେ ଆଗରୁ କେବେବି ଦେଖିନଥିବା ବ୍ୟବସାୟ କରିବାକୁ ଆସିଥିବା ବ୍ୟବସାୟୀ କହିଛନ୍ତି lଗ୍ରାମରେ ସୃଷ୍ଟି ହୋଇଥିବା ଅପ୍ରୀତିକ ର ସ୍ଥିତି ପଛର କାକୁହା ସତ ବଖାଣିଛନ୍ତି ଗ୍ରାମରେ ରହିଯାଇଥିବା ବୃଦ୍ଧ l କିଛି ଦିନ ପୂର୍ବରୁ ଗ୍ରାମରେ ଅନେକ ଶିଶୁ ଅସୁସ୍ଥ ହୋଇଥିଲେ ଏବଂ ଅନେକ ଙ୍କ ଜୀବନ ଅକାଳରେ ଚାଲିଯାଇଥିଲା l

ଏହାର ପ୍ରତିକାର ନିମନ୍ତେ ଗ୍ରାମବାସୀ ଗ୍ରାମରେ ବୈଠକ କରି ତାନ୍ତ୍ରିକ ଡକାଇଥିଲେ l ତାନ୍ତ୍ରିକ ଆସି ଗ୍ରାମରେ ଗୁଣିଆ କରିଥିବା ବ୍ୟକ୍ତିଙ୍କ ସମ୍ବଦ୍ଧ ରେ ସୂଚନା ଦେବାପରେ ଗ୍ରାମରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା ବୃଦ୍ଧା କହିଥିବା ବେଳେ ତାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଥିବା କୁହାଯାଉଛି l ତେବେ ଏହି ଘଟଣାରେ ବର୍ତମାନ ସୁଦ୍ଧା ପୋଲସ 5 ଟି ମାମଲା ରୁଜୁକରି 33 ଜଣ ଙ୍କୁ କୋର୍ଟ ଚଳାଣ କରିଥିବା ବେଳେ ଅନେକ ଙ୍କୁ ଅଟକ ରଖି ପଚରା ଉଚରା ଜରିଆରଖିଛି l ଅନ୍ୟପଟେ ଗ୍ରାମରେ ଘଟିଥିବା ଏହି ଘଟଣା ପଛର ମାଷ୍ଟର ମାଇଣ୍ଡ ତାନ୍ତ୍ରିକ କୁ ପୋଲିସ କେବେ ଗିରଫ କରି ତାଉପରେ କି କାର୍ଯ୍ୟାନୁଷ୍ଠାନ ନେଉଛି ତାକୁ ହିପେକ୍ଷ l


Share: