ମାଣ୍ଡିଡିବିସି ଠାରେ ବିଜେଡି ବିଦ୍ରୋହୀ ଗୋଷ୍ଠି ସ୍ୱାଧୀନ ପ୍ରର୍ଥୀ ଓ ସୁଙ୍ଗର ଠାରେ ବିଜେଡି ର ଶକ୍ତି ପ୍ରଦର୍ଶନ

Share:

ଅମୁଲ୍ୟ ନିଶଙ୍କ ରିପୋର୍ଟ

ରାୟଗଡ: ଆସନ୍ତା ଫେବ୍ରୁଆରୀ20 ତାରିଖରେ କାଶୀପୁର ବ୍ଲକ ର କ ଖ ଓ ଗ ଯୋନ ପାଇଁ ଅନୁଷ୍ଠିତ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ1ନିର୍ବାଚନ ପାଇଁ ଆଜି କ ଯୋନ ର ସ୍ୱାଧୀନ ପ୍ରାର୍ଥୀ ଓ ବିଜେଡି ର ପ୍ରାର୍ଥୀ ନିଜନିଜର ଶକ୍ତି ଦେଖିଛନ୍ତି ଆଜି ରାୟଗଡା ଜିଲ୍ଲା,କାଶୀପୁର ବ୍ଲକ କାଶୀପୁର, କ, ଜୋନ ସ୍ୱାଧୀନ ପାର୍ଟି ତରଫରୁ ମାରାଥନ ପ୍ରଚାର ହୋଇଛି

Orbitury

ଅଡାଜୋର ପଞ୍ଚାୟତ ରକୋଡିପାରି ମରାଫାଶ, ଟିକ୍ରା ତୁନେସ, କିଶାନ କେବଡି ବାରଙ୍ଗ ଫାସ ସହ ଅଡାଜୋର ହାଟରେ ଜୋର ସୋର ରେ ପ୍ରଚାର ହୋଇ ଯାଇଛି ।

ADVT.

ଠିକ ସେହିପରି ଆଜି ମାଣ୍ଡିବିଶି ଠାରେ ଏହି କ ଯୋନ ର ପ୍ରାୟ 3000 ରୁ ଉର୍ଦ୍ଧ୍ବ ଜନସାଧାରଣ ପାରମ୍ପରିକ ଆଦିବାସୀ ଢେମସା ନୃତ୍ୟ ରେ ସମଗ୍ର ପଂଚାୟତ ବୁଲି ବୁଲିପ୍ରାର୍ଥୀନୀ ଯୁଗଳଦେଇ ମାଝୀ ଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ଏହି କ ଯୋନ ର ସାଧାରଣ ଗତ ବିଧାନସଭା ନିର୍ବାଚନରେ ଯେପରି ସ୍ୱାଧୀନ ପ୍ରର୍ଥୀ ଶ୍ରୀମକରନ୍ଦ ମୁଦୁଲି ଙ୍କ ପାଇଁ ପ୍ରଚାର କରି ନିର୍ବାଚନ ରେ ବିଜିୟ କରାଇଥିଲେ ଠିକ ସେହିପରି ଏହି ଜ଼ୀଲାପରିଷଦ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀନୀ ଯୁଗଳଦେଇ ମାଝୀଙ୍କୁ ନିର୍ଵାଚିତ ପାଇଁ ଲାଗିପଡିଛନ୍ତି ଗତ ଦିନରେ ବିଜୁ ଜନତା ଦଳରେ ସକ୍ରିୟ ଥିବା କର୍ମୀ ଙ୍କୁ ବିଜୁ ଜନତା ଦଳରେ ଟିକେଟ ଦେବାରେ ଅବହେଳା ଅଭିଯୋଗ ଆଣି ସ୍ୱାଧୀନ ଭାବରେ କାଶୀପୁର, କ, ଜୋନ ର ଜିଲ୍ଲାପରିଷଦ ଆଶାୟୀ ପ୍ରାର୍ଥୀନୀ ଭାବରେ ଯୁଗଳ ଦେଇ ମାଝୀ ଛିଡା ହୋଇଛନ୍ତି ।

ADVT.

ସ୍ବାଧୀନ ଭାବରେ ଲଢୁଥିଲେ ମଧ୍ୟ ପ୍ରଚାର ମୈଦାନ ରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ସହ ବିଜେଡି ଜିନ୍ଦାବାଦ ର ସ୍ୱର ଉଠିଥିଲା ।

ADVT.

ଖାଲି ସେତିକି ନୁହଁ କାଶୀପୁର ବ୍ଲକ ରେ ପ୍ରାୟ ଗୋଟିଏ ଗୋଟିଏ ପଞ୍ଚାୟତରେ ତିନି ତିନି ଜଣ ଆଶାୟୀ ପ୍ରାର୍ଥୀ ଗୁଡିକ ମଧ୍ୟ ବିଜୁ ଜନତା ଦଳ ସମର୍ଥିତ ଲେଖା ଦେଖିବାକୁ ମିଳୁଛି । ଆଜି ସ୍ବାଧୀନ ପ୍ରାର୍ଥୀ ଯୁଗଳ ଦେଇ ମାଝୀଙ୍କ ମାରାଥନ ପ୍ରଚାର ରେ ପ୍ରମୁଖ ଭାବରେ ଧୋବା ମାଝୀ,କାର୍ତ୍ତିକ ବାଗ, ଆଦବାରୁ ମାଝୀ, ରତ୍ନବାଳା ପରିଛା, ଭାସ୍କର ପଟ୍ଟଯୋଶୀ, ବିଷ୍ଣୁ ସାମନ୍ତ୍ରା, ରଙ୍ଗା ଗୌଡ଼ ସହ ବହୁ କାର୍ଯ୍ୟକର୍ତ୍ତା ପ୍ରଚାର ରେ ଯୋଗ ଦେଇଥିଲେ ।

ADVT.

ଠିକ ସେହିପରି ବିଜୁ ଜନତା ଦଳ ର ପ୍ରାର୍ଥୀନୀ ଅମୀ ମାଝୀ ଙ୍କ ପାଇଁ ସୁଙ୍ଗର ସପ୍ତାହିକ ହାଟ ରେ ନିଜର ଶକ୍ତି ପ୍ରଦର୍ଶନ କରିଛି କାଶୀପୁର ର ବିଜେଡି ନେତା କୃଷ୍ଣଚନ୍ଦ୍ର ମୋହାପତ୍ର ଙ୍କ ନେତୃତ୍ୱରେ ସୁଙ୍ଗେର ପଂଚୟତ କାର୍ଯ୍ୟଳୟ ଠାରୁ ଏକ ବିରାଟ ରାଲି ବାହାରି ସୁଙ୍ଗେର ମୁଖ୍ୟ ବାଜ଼ାର ଦେଇ ସପ୍ତାହିକ ହାଟ ରେ ପହଞ୍ଚିଥିଲା ଓ ସେହିଠାରେ ମୋହାପତ୍ର ବିଜେଡ଼ି ଦଳ ର ଜ଼ୀଲାପରିଷଦ ପ୍ରାର୍ଥୀନୀ ଓ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କୁ ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଭୋଟ ଦେଵପାଇଁ ନିବେଦନ କରିଥିଲେ ଏହି ଆସନ ପାଇଁ ବିଜେଡି ସ୍ୱାଧୀନ ଓ କଂଗ୍ରେସ ମଧ୍ୟରେ କଡା ଟକର ହେଉଛି ଆଗାମୀ ଦିନରେ ଭୋଟ ଜନାର୍ଦ୍ଦନ କାହାକୁ ଭୋଟ ଦେବେ ତାହା ଦେଖିବା କୁ ବାକି ରହିଲା


Share: