ରକ୍ତଦାନ କରି ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା(ବିସିଟି)ର ପିପିଲି ଶାଖା ସଂଯୋଜକ ସମାଜସେବୀ ଦମ୍ପତି ହେମନ୍ତ ଓ କାମିନୀ ପାଳିଲେ ବିବାହ ବାର୍ଷିକୀ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ADVT.

କଟକ :ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା(ବିସିଟି)ର ପିପିଲି ଶାଖା ସଂଯୋଜକ ରକ୍ତଦାତା ହେମନ୍ତ ଦାସ ଏବଂ ଧର୍ମପ୍ରାଣା କାମିନୀ ବେହେରା ସମାଜସେବୀ ଦମ୍ପତି ତାଙ୍କ ପ୍ରଥମ ବିବାହ ବାର୍ଷିକୀରେ ରକ୍ତଦାନ କରି ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିଛନ୍ତି ।

ADVT.

ଏହି ଶିବିରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ସଂଯୋଜକ ଇଂ.ବିମଳ ଚନ୍ଦ୍ର,ଇଂ.ଅଭିଳାଷ ଦାସ,ନାଟ୍ୟକାର ଅଶୋକ ପଟ୍ଟନାୟକ, ନାରାୟଣ ଚନ୍ଦ୍ର ମହାନ୍ତି,ପ୍ଲମ୍ୱିଂମୁଖ୍ୟ ଅଶୋକ ସେଠୀ,ଉଦୟ ରଞ୍ଜନ ଦାସ,ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

ADVT.

ସୂଚନାଯୋଗ୍ୟ ସମାଜସେବା ସହ ବାଳାଶ୍ରମ ଓ ଜରାଶ୍ରମ ସେବା,ପରିବେଶ ସୁରକ୍ଷା,କରୋନା ମହାମାରୀରେ ନୋଜ୍ ମାସ୍କ ଆଉ ସାନିଟାଇ ବଣ୍ଟନ ଓ ପୂଜ୍ୟପୂଜା ଆଦି ବିଭିନ୍ନ ଦିଗରେ ଉଲ୍ଲେଖନୀୟ କୃତିତ୍ୱ ନେଇ ହେମନ୍ତ ସରସ୍ଵତୀ କଳା ପରିଷଦ,ପ୍ରବାସୀ ଓଡ଼ିଆ ଅଭିଯାନ ମୁମ୍ବାଇ,ଉତ୍କଳ ବିକାଶ ପରିଷଦ କଟକ ସଦର,ଉତ୍କଳ ୟୁଥ୍ ବାଙ୍ଗାଲୋର ଆଦି ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

ADVT.

Share: