ସ୍ଲଗ୍ – ମାଛ ଧରୁଥିବା ବେଳେ ଜାଲରେ ପଡିଲା 3 ଫୁଟ ଲମ୍ବର ଥଣ୍ଟିଆ କୁମ୍ଭୀର ।

Share:

କେନ୍ଦ୍ରାପଡା :30/8/2021 ମହାକାଳପଡା ବ୍ଲକ ତିଖିରୀ ପଂଚାୟତର ସାମଯୋରି ଗ୍ରାମର କିଛି ଯୁବକ ପାଇକା ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ 3 ଫୁଟ ଲମ୍ବର ଏକ ଥଣ୍ଟିଆ କୁମ୍ଭୀର ଶାବକ ପଡିଯାଇଥିଲା । ମାଛ ଧରିବାକୁ ଯାଇଥିବା ଯୁବକମାନେ କୁମ୍ଭୀରଟିକୁ ଉଦ୍ଧାର କରି କେନ୍ଦ୍ରାପଡା ରେଂଜ୍ ବନ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ । କୁମ୍ଭୀର ଟିକୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡି ଦିଆଯିବ ବୋଲି ବନ ବିଭାଗର ଅଧିକାରୀ ସୁଚନା ଦେଇଛନ୍ତି।

ରିପୋର୍ଟ- ବିଶ୍ୱଜିତ ପ୍ରଧାନ


Share: