ଗତ ୩ ଦିନ ଧରି ଚାଲିଥିବା ରାଜ୍ୟ/ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଦସ୍ୟଙ୍କ ପ୍ରଶିକ୍ଷଣ କର୍ମଶାଳା ଉଦଯାପିତ ହୋଇଛି।

Share:

ରାଜ୍ୟ ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଭାପତି ଡ଼ା ଜଷ୍ଟିସ ଡିପି ଚୌଧୁରୀ, ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଏ.ଏସ ନାଇଡୁ ଉପସ୍ଥିତ ରହି ଆୟୋଗର କାର୍ଯ୍ୟ ସୀମା ଉପରେ ଆଲୋଚନା କରିଥିଲେ

ସମୀର ରଞ୍ଜନ ନାୟକ, ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ଜାତୀୟ/ରାଜ୍ୟ/ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ କ୍ଷମତା, କାର୍ଯ୍ୟକାରିତା ଓ ଦାୟିତ୍ୱବୋଧ ଉପରେ ଜଷ୍ଟିସ ଚୌଧୁରୀ ଆଲୋକପାତ କରିଥିଲେ। ଜଷ୍ଟିସ ନାଇଡୁ ଗ୍ରାହକ ସୁରକ୍ଷା ଆଇନ ଅଧୀନରେ ଆସିଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ରାୟର ଦୃଷ୍ଟାନ୍ତ ରଖିବା ସହ ରାୟ କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ।
।ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପରାମର୍ଶଦାତା ପ୍ରଫେସର ବିଜନ କୁମାର ମିଶ୍ର ଚିଠା ଇ-କମର୍ସ ଆଇନ ଓ ପ୍ରତ୍ୟକ୍ଷ ବିକ୍ରୟ ଆଇନ ପ୍ରସଙ୍ଗରେ ଉପସ୍ଥାପନା ରଖିଥିଲେ। କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା କର୍ତ୍ତୃପକ୍ଷ(ସିସିପିଏ)ର ଭୂମିକା ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ।
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ା ମୟଙ୍କ ତିୱାରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଚିତ୍ତରଞ୍ଜନ ପ୍ରଧାନ, ଉପସଚିବ ଚିତ୍ତରଞ୍ଜନ ମହାନ୍ତି, ସିକା’ ପ୍ରକଳ୍ପ ମ୍ୟାନେଜର ସଞ୍ଜୟ ମହାନ୍ତି, ପ୍ରକଳ୍ପ ସଂଯୋଜକ ସେକ ଇଜାଜ ଇକବାଲ ଓ ସିକାର ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ


Share: