ବାଣ ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ
ଭଗବାନ ପାଢ଼ୀ
ଗଞ୍ଜାମ :ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ହେଲେ ଖଲ୍ଲିକୋଟ କରଣ ସାହି ଅରବିନ୍ଦ ନଗର ର ଜିତେନ୍ଦ୍ର ପ୍ରଧାନ (30) l ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ରାମାୟଣ ନାଟକ ଥିବାରୁ ଜିତେନ୍ଦ୍ର ନିଜ ଘର ଛାତ ଉପରେ ଆଜି ସକାଳ ସାଢେ 7.30 ରେ ବାଣ ଭିଡୁଥିବା ବେଳେ ବାଣ ବିସ୍ଫୋରଣ ଘଟିଥିଲା l
ସେଥିରେ ତାଙ୍କ ମୃତ୍ୟୁ ଘଟିଛି l ତାଙ୍କୁ ଉଦ୍ଧାର କରି ମେଡିକାଲ ରେ ଭର୍ତି କରାଯାଇଛି l ଅନ୍ୟପଟେ ଘଟଣା ସ୍ଥଳରେ ଖଲ୍ଲିକୋଟ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି l