ଖାଦ୍ୟ ସୁରକ୍ଷା ସଂପର୍କିତ ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅନୁଷ୍ଠିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ- ଖାଦ୍ୟ ସୁରକ୍ଷା ସଂପର୍କିତ ଜିଲ୍ଲା ସ୍ତରୀୟ ଉପଦେଷ୍ଟା କମିଟି ବୈଠକ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ବିଭିନ୍ନ ସଂସ୍ଥା ପକ୍ଷରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ଗୁଡିକର ନମୁନା ସଂଗ୍ରହ, ପରୀକ୍ଷଣ ଓ ବିଭିନ୍ନ ହୋଟେଲ, ରେସ୍ତରାଁ ଏବଂ ରାସ୍ତାପାର୍ଶ୍ବ ଖାଦ୍ୟ ଦୋକାନରୁ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ ବ୍ୟାପକତା କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ପରାମର୍ଶ ଦେଇଛନ୍ତି । ଏଥିସହ ସଂପୃକ୍ତ ସଂସ୍ଥା ଗୁଡିକୁ ଖାଦ୍ୟ ପଞ୍ଜିକରଣ କରିବା ନିମନ୍ତେ ଜିଲ୍ଲାରେ ସଚେତନତା ସୃଷ୍ଟି କରିବାକୁ ବୈଠକରେ ଆଲୋଚନା ହୋଇଛି । ନୀୟମ ଲଙ୍ଘନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯୋରିମାନା ଆଦାୟ କରାଯିବା ମଧ୍ୟ ବ୍ୟବସ୍ଥା ରହିଛି । ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଅଧିନସ୍ଥ ବିଭିନ୍ନ ଖାଦ୍ୟ ସାମଗ୍ରୀ ଭଣ୍ତାର, ଖୁଚୁରା ବ୍ୟବସାୟୀ, ସମାଜ ମଙ୍ଗଳ ଅଧିକାରୀଙ୍କ ଅଧିନସ୍ଥ ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ଛତୁଆ ପ୍ରସ୍ତୁତି ସ୍ବୟଂ ସହାୟକ ଗୋଷ୍ଠୀ, ଜିଲ୍ଲା ଶିକ୍ଷାଧିକାରୀଙ୍କ ଅଧିନସ୍ଥ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତିକାରୀ ସଂସ୍ଥା, ଫଳ ଓ ପରିବା ମଣ୍ତି ଆଦି ସଂପର୍କରେ ତଥ୍ୟ ରଖିବା ସହ ଖାଦ୍ୟ ସାମଗ୍ରୀ ବିକ୍ରୟ ଅନୁମତି ଓ ପଞ୍ଜିକରଣ କରିବାକୁ ସଂପୃକ୍ତ ଅଧିକାରୀ ମାନଙ୍କୁ ଅବଗତ କରିବାକୁ ବୈଠକରେ ଆଲୋଚନା ହୋଇଛି । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମିହିର କୁମାର ପଣ୍ତା, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡଃ ବିରଜା ଶଙ୍କର ରଥ, ଖାଦ୍ୟ ସୁରକ୍ଷା ଅଧିକାରୀ ଡଃ ରାଜଶ୍ରୀ ପତି ଓ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।


Share: