କନ୍ଦରପୁର ପଂଚାୟତର ସରପଞ୍ଚ ଭାବେ ନିର୍ବାଚିତ ହେଲେ ସୁଭାଷିନୀ ରାଉତ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ।

ଭୁବନେଶ୍ୱର /କଟକ /କଟକ ସଦର ବ୍ଲକ ଅନ୍ତର୍ଗତ କନ୍ଦରପୁର ପଂଚାୟତର ସୁଭାଷିନୀ ରାଉତ ସରପଂଚ ଭାବେ ନିର୍ବାଚିତ । ସେ ଜଣେ ମିଷ୍ଟଭାଷୀ,ପରୋପକାରୀ,ଧର୍ମପ୍ରାଣା ମହିଳା ଭାବେ ପୁରା ପଞ୍ଚାୟତରେ ପରିଚିତ । ସୂଚନାଯୋଗ୍ୟ ସେ ବହୁ ସାମାଜିକ,ସାଂସ୍କୃତିକ ସଂଗଠନ ସହ ଜଡ଼ିତ ରହି ବିଭିନ୍ନ ସେବା କାର୍ଯ୍ୟ, ରକ୍ତଦାନ ଶିବିର ଆୟୋଜନ, ରୋଗୀ ସେବା ଆଦି ବହୁ ଜନ ହିତକର କାର୍ଯ୍ୟରେ ଦୀର୍ଘ ଦିନଧରି କରି ଆସୁଛନ୍ତି । ରାଜନୀତି କ୍ଷେତ୍ରରେ ନିଜକୁ ସାମିଲ କରି ନିଜ ଅଞ୍ଚଳର ସର୍ବାଙ୍ଗ ଉନ୍ନତି, ଶିକ୍ଷାର ଉନ୍ନତ,କୃଷି ଓ କୃଷକ ଉନ୍ନତି,ପାନୀୟଜଳ ବ୍ୟବସ୍ଥା,ଗମନା ଗମନର ବିକାଶ,ସ୍ବାସ୍ଥ୍ୟ ବିଭାଗ ଉପରେ ସଂପୂଣ୍ଣ ବିକାଶ ଉନ୍ନତ ମାନର ସ୍ବାସ୍ଥ୍ୟସେବା ଆଦି ବହୁ ଜନ ହିତକର କାର୍ଯ୍ୟ ପାଇଁ କନ୍ଦରପୁର ପଂଚାୟତ ଶିକ୍ଷିତ ଜନସାଧାରଣ ମୋତେ ନାରୀନେତ୍ରୀ ଭାବେ ବାଛି ଥିବାରୁ ସେ ସମସ୍ତଙ୍କ ପାଖରେ କୃତଜ୍ଞ ଏବଂ ପଂଚାୟତ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ଦୃଢ ମତପୋଷଣ କରିଛନ୍ତି ।


Share: