ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ତୃତୀୟ ବାର୍ଷିକ ସମ୍ମିଳନୀ

Share:

ପପୁ କୁମାର ସାହୁ

ଢେଙ୍କାନାଳ : ରବିବାର ଦିନ ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ପରିଷଦର ତୃତୀୟ ବାର୍ଷିକୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ସହରର ବାଜିଚୌକ ଠାରୁ ବରିଷ୍ଠ ନାଗରିକଙ୍କର ଏକ ଦୁଇଚକିଆ ଓ ଚାରିଚକିଆ ଯାନର ବିଶାଳ ରାଲି ବାହାରି ଜିଲ୍ଲା ପରିଷଦ ହଲ୍‌ରେ ପହଁଚିଥିଲା । ଜିଲ୍ଲାପରିଷଦ ହଲ୍‌ରେ ୮ଟି ବ୍ଲକ୍ , ୩ ବିଜ୍ଞାପିତ ଅଂଚଳ ପରିଷଦ ଓ ୧ଟି ପୌରାଂଚଳରୁ ବହୁ ସଂଖ୍ୟକ ବରିଷ୍ଠ ନାଗରିକମାନେ ସଭାରେ ଯୋଗଦେଇଥିଲେ । ଏଥିରେ ମୁଖ୍ୟ ଅତିଥ୍‌ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ସମାନୀୟ ଅତିଥ୍‌ ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନରଞ୍ଜନ ମହାପାତ୍ର ଯୋଗଦେଇ ସମ୍ମିଳନୀର ଉଦ୍‌ଘାଟନ କରିଥିଲେ । ବରିଷ୍ଠ ନାଗରିକ ପରିଷଦର ସଭାପତି ଦୁର୍ଗା ଚରଣ ମିଶ୍ର ପୌରହିତ୍ୟ କରିଥିଲେ । ଉକ୍ତ ସଭାରେ ଉପ – ସଭାପତି ଯୋଗୀନାଥ ମହାନ୍ତି , ଅକ୍ଷୟ କୁମାର ସାହୁ , ଶଶାଙ୍କ ଶେଖର ରଥ , ବାହାଦୁର ପାଟ୍ଟସାହାଣୀ , ସୁସଂଧା ମହାନ୍ତି , ମୋହିତ କୁମାର ଦାସ , ବିପ୍ଳବର ସାହୁ , ବିନାୟକ ଶତପଥୀ ଓ ମୁଖ୍ୟ ଘୋଷକ ଅମ୍ବିକା ବରାଳ ମଂଚ ସଂଚାଳନରେ ସହଯୋଗ କରିଥିଲାବେଳେ ଧର୍ମାନନ୍ଦ ପୃଷ୍ଟି ମଂଚ ପରିଚାଳନା କରିଥିଲେ । ବରିଷ୍ଠ ନାଗରିକଙ୍କର ବିଭିନ୍ନ ସମସ୍ୟା ବିଷୟରେ ବିସ୍ତୃତ ଆଲୋଚନା ହୋଇ ତା’ର ନିରାକରଣ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନଙ୍କୁ ଅନୁରୋଧ କରାଯାଇଥିଲା । ଉପସ୍ଥିତ ଥିବା ଜିଲ୍ଲାପାଳ ଓ ଏସ୍.ପି. ମହୋଦୟ ବରିଷ୍ଠ ନାଗରିକମାନଙ୍କର ସମସ୍ୟାର ନିରାକରଣ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଥିଲେ । ସଭାରେ ସର୍ବସମ୍ମତି କ୍ରମେ ବିଭିନ୍ନ ବ୍ଲକ୍ , ଫଚାୟତ , ଗ୍ରାମୀଣ ସ୍ତରରେ ବରିଷ୍ଠ ନାଗରିକମାନଙ୍କୁ ଏକତ୍ରିତ କରି ସେମାନଙ୍କ ସମସ୍ୟାର ସମାଧାନ କିପରି ହୋଇପାରିବ , ସେ ବିଷୟରେ ଆଲୋଚନା ହୋଇ ବ୍ଲକ୍ ସ୍ତରୀୟ କର୍ମକର୍ତାମାନଙ୍କୁ ଦାୟିତ୍ବ ଦିଆଗଲା ।


Share: