ବିଷମକଟକ ଖ୍ରୀଷ୍ଟିଆନ ମେଡିକାଲ ରେ ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ର କାର୍ଯ୍ୟକାରିତା ଆରମ୍ବ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲ ଠାରେ ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ କଲ୍ୟାଣ ଯୋଜନା ସୁବିଧା ଆଜି ଶୁଭାରମ୍ଭ ହଇଯାଇଅଛି l ଆଶନ୍ତା ୧୬ ତାରିଖ ଠାରୁ ଏହି ଯୋଜନା ଏଠାରେ କାର୍ଯ୍ୟକାରୀ କରାଯିବ ବୋଲି ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହି କାର୍ଯ୍ୟର ଶୁଭାରମ୍ଭ କହିଥିଲେ l ଶ୍ରୀ ଦାସ ପୁଣି କହିଛନ୍ତି ଯେ ଏଣି କି ଏହି ଯୋଜନା ମାଧ୍ୟମରେ ଜିଲ୍ଲା ତଥା ଜିଲ୍ଲା ବାହାରର ହଜାର ହଜାର ଗରିବ ଲୋକ ଏହି ଯୋଜନାର ମାଧ୍ୟମରେ ଚିକିତ୍ସା ସୁବିଧା ପାଇପାରିବେ l ପ୍ରତ୍ୟକ ଗରିବ ପରିବାର ପାଇଁ ମାଗଣାରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ସାହାଯ୍ୟ ରହିଅଛି l ଏହି ମେଡିକାଲ ରାୟଗଡା ଜିଲ୍ଲାର ଏକ ପ୍ରମୁଖ ମେଡିକାଲ ହଇଥିବା ବେଳେ ଲକଙ୍କୁ ଉଚିତ ସେବା ଯୋଗେଇ ଦେଇ ଆଶୁଛି l ଆଜିଠାରୁ ରାଜ୍ୟ ସରକାରଙ୍କ ବିଜୁ କଲ୍ୟାଣ ସୁବିଧା ଏହି ମେଡିକାଲ ମାଧ୍ୟମରେ ଲକଙ୍କୁ କେମିତି ଉତ୍ତମ ସ୍ବାସ୍ଥ ସୁବିଧା ଯୋଗାଇ ଦିଆଯିବ ତାହା ଉପରେ ଗୁରୁତ୍ବ ଦିଆଯିବ ବଲି କହିଛନ୍ତି ଡାକ୍ତର ଜନି l ଶ୍ରୀ ଦାସ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ବଳିଷ୍ଠ ଉଦ୍ୟମ ଲାଗି ଆଜି ରାୟଗଡା ତଥା ପୋଡ଼ସୀ କଳାହାଣ୍ଡି ଜ଼ିଲ୍ଲା ରେ ଲୋକ ଏହା ବିଜୁ ସ୍ୱାସ୍ଥ୍ୟ ବୀମା କାର୍ଡ ଦ୍ୱାରା ଉପକୃତ ହେବେ ବୋଲି l ଏହି କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ କଲ୍ୟାଣ ଉପଦେଷ୍ଟା ସୁଧୀର କୁମାର ଦାସ ସେମେତ ରାୟଗଡା ସିଡିଏମଓ ଏବଂ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲର ଡାକ୍ତର ଜନି ଓ ମେଡିକାଲ ସୁପ୍ରିଟେଣ୍ଡେଣ୍ଟ ଡାକ୍ତର ସୁନୀଲ, ବିଷମକଟକ ଗୋଷ୍ଠି ଉନୟନ ଅଧିକାରୀ ସଦାଶିବ ନାୟକ, ବିଷମକଟକ ଥାନା ସେକେଣ୍ଡ ଅଫିସର ପିସ୍କା ଓଝା, ବ୍ଲକ ଅଧ୍ୟକ୍ଷା ଯଶୋଧା ହୁଇକା,ଉପାଧ୍ୟକ୍ଷ ଦେବୀ ପଟନାୟକ, ବରିଷ୍ଠ ଆଇନ ଯିବି ଦିଲୀପ ପଟନାୟକ ଓ ବିଷମକଟକ ବିଜେଡି ଦଳ ନେତା ନାନୁ ପଣ୍ଡା, ଶିବା ଏବଂ ବ୍ଲକ ସମସ୍ତ ସରପଞ୍ଚ,ସମିତି ମେମ୍ବର ଓ ମେଡିକାଲ୍ ସ୍ଟାଫ୍ ବୁଦ୍ଧିଜୀବୀ ସମେତ ଅଞ୍ଚଳର ଲକେ ଯୋଗ ଦେଇଥିଲେ l


Share: