ଜିଲ୍ଲା ପରିଷଦ ନିର୍ବାଚନ : ବିଜେଡ଼ି ପାର୍ଥି ଯୁବ ସମାଜସେବୀ ପ୍ରଦୀପ୍ତ ମହାଳିଙ୍କ ନାମାଙ୍କନ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

କଟକ — ଆସନ୍ତା ତ୍ରସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପାର୍ଥୀ ମାନଙ୍କର ନାମାଙ୍କନ ପତ୍ର ପ୍ରକ୍ରିୟା ଦାଖଲ ହେଉଥିବା ବେଳେ କଟକ ସଦର ବ୍ଲକ ଅନ୍ତର୍ଗତ ୫ ନମ୍ଵର ଜୋନର ଜିଲ୍ଲା ପରିଷଦ ଭାବେ ବିଜୁ ଜନତା ଦଳ ତରଫରୁ ଯୁବ ସମାଜସେବୀ ପ୍ରଦୀପ୍ତ ମହାଳିଙ୍କୁ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମନୋନୀତ କରିଛନ୍ତି । ତେଣୁ ସେ ତାଙ୍କ ସମର୍ଥକ ମାନଙ୍କ ଉପସ୍ଥିତିରେ ପାର୍ଥୀପତ୍ର ଦାଖଲ କହିଛନ୍ତି। ଜନସାଧାରଣଙ୍କ ଶ୍ରୀଯୁକ୍ତ ମହାଳିଙ୍କ ପ୍ରତି ଆସ୍ଥା,ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ,ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଛନ୍ତି ।


Share: