ବାଲୁଗାଁ ପଟଣା ସାହିର କୁନି ପ୍ରତିଭା ଚିନ୍ମୟୀ

Share:

ଦିଲ୍ଲୀପ କୁମାର ସ୍ୱାଇଁ ଙ୍କ ରିପୋର୍ଟ

ଖୋର୍ଦ୍ଧା :ବୟସ ମାତ୍ର ୧୨ ବର୍ଷ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ହେଲେ ତାଙ୍କ ଠାରେ ରହିଛି ବିଚକ୍ଷଣ ପ୍ରତିଭା। କୁନି ବୟସରୁ ଅନେକ ପ୍ରତିଭା ପଦର୍ଶନ କରି ଦକ୍ଷତା ପ୍ରତିପାଦିତ କରିସାରିଲେଣି।ନାଚ, ଗୀତ, ଏକକ ଅଭିନୟ ସାଙ୍ଗକୁ ଭାଓଲିନ ବାଦନରେ ସେ ପୁରା ସିଦ୍ଧହସ୍ତ। ଏହି କୁନି ପ୍ରତିଭା ହେଉଛନ୍ତି ଚିନ୍ମୟୀ ମହାପାତ୍ର। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍ଏସି ଅନ୍ତର୍ଗତ ପଟଣା ସାହିରେ ତାଙ୍କ ଘର।ଚିନ୍ମୟୀ ହେଉଛନ୍ତି ଏହି ଗ୍ରାମର ରମେଶ ମହାପାତ୍ର ଓ ଅନିତା ମହାପାତ୍ର ଙ୍କ ସାନ ଝିଅ ଚିନ୍ମୟୀ।

ପିଲାଟି ଦିନରୁ ଚିନ୍ମୟୀଙ୍କ କଳା ପତି ବେଶ ଆଗ୍ରହ ଥିଲା। ଧିରେଧିରେ ସେ ଏଥିରେ ପାରଙ୍ଗମ ହୋଇଗଲେ। ଏହାପରେ ଚିନ୍ମୟୀ ଅନେକ ଜାଗାରେ ନିଜର କଳା ପ୍ରଦର୍ଶନ କରି ବେଶ୍ ପ୍ରଶଂସା ପାତ୍ର ପାଲଟି ଛନ୍ତି। କିଛିଦିନ ପୂର୍ବରୁ କଠକ ଠାରେ ବିଶ୍ବନାଟ୍ୟ ଦିବସ ଅବସରରେ ଅଲ୍ ଇଣ୍ଡିଆ ମଲ୍ଟି ଲିଙ୍ଗୁଆଲ ଚିଲଡ୍ରେନ୍ସ କମ୍ପିଟେସନ ରେ ଭାଗ ନେଇ ଭାଓଲିନ ବଜେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଚିନ୍ମୟୀ ଭଲ ପାଠ ପଢନ୍ତି। ଏହା ସାଙ୍ଗକୁ ବିଶୁଣ୍ଡି ଗ୍ରାମର ବରିଷ୍ଠ ବାଦ୍ୟକାର ପ୍ରଫୁଲ୍ଲ କୁମାର ମାଝୀଙ୍କ ନିକଟରେ ସେ ୫ ବର୍ଷ ଧରି ଭାଓଲିନ ବାଦନ ଶିକ୍ଷା ଲାଭ କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ତଥା ଅନ୍ତରଜାତୀୟ ସ୍ତରରେ ଭାଓଲିନ ବଜାଇ ଗୈାରବ ଆଣିବା ତାଙ୍କର ଲକ୍ଷ୍ୟ ବୋଲି ଚିନ୍ମୟୀ ଦୃଢତାର ସହ କହିଛନ୍ତି।


Share: