ନିମ୍ନମାନର ଖାଦ୍ୟକୁ ନେଇ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା

Share:

ପପୁ ସାହୁ

ଢେଙ୍କାନାଳ : ଢେଙ୍କାନାଳ ସହରର ଖମାରସାହି ଆଶ୍ରମ ବିଦ୍ୟାଳୟରେ ନିମ୍ନମାନର ଖାଦ୍ୟ ପରିବେଷଣକୁ ନେଇ ଉତ୍ତେଜନା ଦେଖାଦେଇଛି । ସ୍କୁଲରେ ମାଂସ ତରକାରୀ ଦିଆଯିବାର ନିୟମ ଥିଲେ ମଧ୍ୟ କର୍ତ୍ତୃପକ୍ଷ କେବଳ ଅଣ୍ଡା ତରକାରୀ ଦେଇ କାମ ସାରି ଦେଉଛନ୍ତି । ଏହାକୁ ନେଇ ଅଭିଭାବକ ଓ ପ୍ରଧାନ ଶିକ୍ଷୟିତ୍ରୀ ମୁହାଁମୁହିଁ ହୋଇଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ଟାଉନ୍ ଥାନା ପୁଲିସ୍ ବିଦ୍ୟାଳୟରେ ପହଞ୍ଚି ବୁଝାସୁଝା କରିଥିବା ଜଣାପଡିଛି । ଢେଙ୍କାନାଳ ଆଶ୍ରମ ସ୍କୁରେ ସର୍ବଦା ନିମ୍ନମାନର ଖାଦ୍ୟ ଦିଆଯାଉଛି । ପାଣିଆ ଡାଲିକୁ ନିମ୍ନମାନର ତରକାରୀ ଦିଆଯାଉଛି । ହଷ୍ଟେଲରେ ରୋହୁଥିବା ପିଲାଙ୍କୁ ଶିକ୍ଷକମାନେ ଭଲ ପାଉଥିବା ବେଳେ ଅନ୍ୟ ପିଲାଙ୍କୁ ମାଡ ମାରିବା, ଅବହେଳା କରୁଥିବା ଅଭିଯୋଗ କରିଥିଲେ । ଏପରିକି ଗତକାଲି ସେମାନଙ୍କ ଝିଅକୁ ମାରିଥିବା ପିଲାକୁ ଡାକିବାକୁ କହିଥିଲେ । ହେଲେ ପ୍ରଧାନ ଶିୟିତ୍ରୀ ତାହା ନବୁଝି ଓଲଟି ଗେଟରେ ତାଲା ପକାଇ ଦେଇ ପୁଲିସକୁ ଡାକିଥିଲେ । ସ୍କୁଲର ଅନ୍ୟକର୍ମଚାରୀମାନେ ତାଙ୍କୁ ଦୁର୍ବବହାର କରିଥିବା ଅଭିଯୋଗ କରିଥିଲେ । ଏହି ଘଟଣାରେ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି ।


Share: