ବିଜେଡିର ମିଶ୍ରଣ ପର୍ବରେ ବିଭିନ୍ନ ଦଳରୁ ୨୫ସକ୍ରିୟ କର୍ମୀ ସାମିଲ
ରାୟଗଡା ରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ ।
ରାୟଗଡ-ରାୟଗଡା ଜିଲ୍ଲା ମୁନିଗୁଡା ସଦର ମହକୁମାରେ ଥିବା ଜଗନ୍ନାଥ ମନ୍ଦିର କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳର ମିଶ୍ରମ ପର୍ବ ଅବସରରେ କଂଗ୍ରେସ,ବିଜେପି ଓ ବିଏସପି ଦଳର ୨୫ଜଣ ସକ୍ରିୟ କର୍ମୀ ବିଜେଡିର ସଦସ୍ୟତା ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା।ଏମାନଙ୍କ ମଧ୍ୟରୁ ପାତ୍ରଗୁଡା ପଞ୍ଚାୟତରୁ ୧୮ଜଣ ଥିବାବେଳେ ମୁନିଗୁଡା ପଞ୍ଚାୟତରୁ ୭ଜଣ ସଦସ୍ୟ ବିଜେଡ଼ିରେ ସାମିଲ ହୋଇଥିଲେ।ପାତ୍ରଗୁଡା ପଂଚାୟତର ସମିତିସଭ୍ୟ ସୁକାନ୍ତ ପୁଷିକା,ସହଦେଵ ପିଡ଼ିକାକା,ମୁନିଗୁଡାର ରାଜକିଶୋର ବେହେରା ପ୍ରମୁଖ ସଦସ୍ୟଏହି ତାଲିକାରେ ଅନ୍ତର୍ଭୁକ୍ତ। ଆଜି ଅପରାହ୍ନରେ ବିଜେଡି ତରଫରୁ ଆୟୋଜିତ ଓ ବିଜେଡି ବ୍ଲକ ସଭାପତି ରତନଲାଲ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥିଭାବେ ବିଜେଡି ଜିଲ୍ଲା ସଭାପତି ତଥା ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର କୁମାର ଦାସ,ସମ୍ମାନିତ ଅତିଥିଭାବେ ଜିଲ୍ଲା ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼,ଦଳ ସଂଗଠକ ବରିଷ୍ଠ ନେତା ବୃନ୍ଦାବନ ପାଢ଼ୀ,
ମହିଳା ବିଜୁ ଜନତାଦଳ ରାଜ୍ୟ ସମ୍ପାଦିକା ଶୁଶ୍ରୀ ଶକୁନ୍ତଳା ନୁଣ୍ଡରୁକା,ବ୍ଲକ ପର୍ଯ୍ୟବେକ୍ଷକ ପିଣ୍ଟୁ ପାତ୍ର,ବିଜୁ ଛାତ୍ର ଜନତା ଦଳ ଜିଲ୍ଲା ସମ୍ପାଦକ ଅଶ୍ୱିନୀ କୁମାର ବେହେରା,ବିଜୁ ଯୁବ ଜନତା ଦଳ ବ୍ଲକ ସଭାପତି ସିମାଞ୍ଚଳ ଦାସ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ସଦସ୍ୟତା ଗ୍ରହଣ କରିଥିବା କର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାସ ନୂଆଭାବେ ସଦସ୍ୟତା ଗ୍ରହଣ କରିଥିବା କର୍ମୀ ମାନଙ୍କୁ ସ୍ଥାନୀୟ ଅଂଚଳର ସର୍ବାଙ୍ଗୀନ ଉନ୍ନତି ସହିତ ରାଜ୍ୟର ଉନ୍ନତି ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଉପଦେଶ ଦେବା ସହ ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୂଖୀ ଯୋଜନାର ବାର୍ତ୍ତାକୁ ପ୍ରତି ଘରେ ଘରେ ପହଞ୍ଚାଇବାର ଦାୟିତ୍ୱ ବହନ କରିବାକୁ ମାର୍ଗଦର୍ଶନ ଦେଇଥିଲେ। ଉଭୟ ବ୍ଲକ ସଭାପତି ଶ୍ରୀଯୁକ୍ତ ଜୈନ ଓ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଗୌଡ଼ କର୍ମୀମାନଙ୍କୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଆଦର୍ଶ , ଦଳୀୟ ବିଚାର,
ଶୃଙ୍ଖଳା, ଓ ଦଳପ୍ରତି ସମର୍ପିତ ହୋଇ ସେବା ମନୋଭାବ ମନ ନେଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ଗୌଡ଼ ଦେଇଥିବା ବେଳେ ସଂଯୋଜନା ଯୁବ ବିଜେଡି ସଭାପତି ସୀମାଞ୍ଚଳ ଦାସ କରିଥିଲେ।ଶେଷରେ ବରିଷ୍ଠ ନେତା ବୃନ୍ଦାବନ ପାଢ଼ୀ ସଭିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।