ଜଳ ସମ୍ପଦ ଏବଂ ଆଦିବାସୀ ବ୍ୟାପାର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଙ୍କ ରାୟଗଡା ଗସ୍ତ

Share:

ଅମୁଲ୍ୟ ନିଶାଙ୍କ ରିପୋର୍ଟ ।

ମାନ୍ୟବର ଜଳ ସମ୍ପଦ ଏବଂ ଆଦିବାସୀ ବ୍ୟାପାର କେନ୍ଦ୍ର ରାଜ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ବିଶେଶ୍ୱର ଟୁଡୁ ମୋହଦୟ ଙ୍କ ଦିନିକିଆ ରାୟଗଡା ଗସ୍ତରେ ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ଏକ ଦାବିପତ୍ର ଦିଆଯାଇଛି. ଉକ୍ତ ଦାବିପତ୍ରରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ କାଶୀପୁର ବ୍ଲକ ପାଇଁ ଡିଗ୍ରୀ କଲେଜ, ବିଷମକଟକ ର ମାଁ ମାର୍କାମା କଲେଜ ପାଇଁ ଏକ ବାଳିକା ହଷ୍ଟେଲ, ଗୁଣୁପୁର ମହିଳା ମହାବିଦ୍ୟାଳୟରେ ପଢ଼ୁଥିବା ଛାତ୍ରୀ ନା କୌଣସି ସୁବିଧା ନା କୌଣସି ସୁରକ୍ଷା ପାଉଥିବା ଯୋଗୁଁ (ମୌଳିକ ସୁବିଧା)ସମ୍ପୂର୍ଣ କଲେଜ ପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ SC/ST ମାନଙ୍କୁ ଯେପରି ବାରମ୍ବାର ଜାତିଗତ ପ୍ରମାଣ ନ ମଗାଯାଉ କୌଣସି କ୍ଷେତ୍ରରେ ତାହା ବିଷୟରେ ଉଲେକ୍ଷ କରାଯାଇଛି.ଏହି ଦାବିପତ୍ର ଦେବା ସମୟରେ ଜ଼ିଲ୍ଲା ଯୁବମୋର୍ଚ୍ଚା ର ଅମର ସାହୁ, କୃଷ୍ଣଚନ୍ଦ୍ର ଗୌଡ଼, ବିଜୟ କୁମାର ବିଡ଼ିକା, ଅଜୟ କୁମାର ଚୁଲେଟ, ମହେଶ୍ୱର ମନ୍ତ୍ରୀ,ଦେବରାଜ ଶବର, ଗୌତମ ଉଲ୍ଲାକା, ସୁମନ ସାହୁକାର ଏବଂ ଅନ୍ୟାନ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


Share: