ଡଙ୍ଗୋସୋରଡ଼ା ର ସତାୟୁ ସ୍କୁଲର ବାର୍ଷିକ ଉତ୍ସବ ପାଳନ

Share:

ଅମୁଲ୍ୟ ନିଶଙ୍କ

ରାୟଗଡା :ରାୟଗଡା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ଡାଙ୍ଗସରଡ଼ା ଗ୍ରାମପଂଚାୟତ ସଦର ଠାରେ ଥିବା ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ କରାଯାଇଛି l ଏହିସ୍କୁଲ ତା 01.07.1917ମସିହାରେ ସ୍ଥାପିତ ହୋଇ ଆଜି ସତାୟୁ ବର୍ଷ ପାଳନ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜନଜାତି ପଛୁଆବର୍ଗକଲ୍ୟାଣଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା ଯୋଗଦେଇଥିବାବେଳେ ସଂମାନଅଥିତି ଭାବେ ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଚନ୍ଦ୍ରପୁର ବ୍ଲକ ଅଧକ୍ଷ କୋଇନ କିମ୍ଵାକା, ଜିଲ୍ଲାପରିଷଦ ସଭ୍ୟ ସୁଜିତକୁମାର ବ୍ରେଡ଼େକା, ମୁନିଗୁଡାବିଜେଡି ବ୍ଲକ ଅଧକ୍ଷ ରତନଲାଲ ଜୈନ ପୂର୍ବତନ ପ୍ରଧାନଶିକ୍ଷକ ବିଜୟକୁମାର ନାୟକ ବେହେରା ଓ ଅନ୍ୟାନ୍ୟ ଶିକ୍ଷକ ମାନଙ୍କ ଉପସ୍ଥିତରେ ପ୍ରଦୀପ ପ୍ରଜ୍ୱଳନ କରି ରିବନ କାଟି ଉଦ୍ଘାଟନ କରିଥିଲେ ମନ୍ତ୍ରୀ ଜଗନ୍ନାଥ ସାରକା l ଛାତ୍ରୀମାନଙ୍କ ଦ୍ୱାରା ଭକ୍ତି ସଗୀତ ଗାନକରିଥିଲେ l ପରେ ମୁଖ୍ୟଅତିଥି ସନମାନିତ ଅଥିତି ମାନଙ୍କ ପରିଚୟ ପ୍ରଦାନକରାଇ ପୁଷ୍ପ ଗୁଚ୍ଛଓ ଉପଢୌକନ ପ୍ରଦାନ କରି ସନମାନିତ କରାଯାଇଥିଲା l ପ୍ରଧାନ ଶିକ୍ଷୟତ୍ରୀ ବିଜୟଲଷ୍ମୀଶବର ବାର୍ଷିକ ଵିବୋରଣୀ ପାଠ କରି ସ୍କୁଲ ର ସୁବିଧା ଅସୁବିଧା ନେଇ ବୁଝାଇ ଥିଲେ l ପୂର୍ବତନ ଶିକ୍ଷକ ଓ ସ୍କୁଲଅଧୟନହୋଇ ବହୁ ପଦ ପଦବୀରେରହିଥିବା ଦୟାନିଧି ପାତ୍ର, ସାମାଜିକ କର୍ମୀ ରବୀନ୍ଦ୍ର କୁମାରପ୍ରଧାନ ବିଷ୍ଣୁ ପ୍ରସାଦ ପାତ୍ର ,ନବୀନ ପିପଳି ଚାକିରୀ ପାଇଥିବା ଛାତ୍ର, ହରେକୃଷ୍ଟ ବ୍ରହ୍ମା, ପ୍ରଶାନ୍ତ କୁମାର ପାତ୍ର ଛାତ୍ରୀଉର୍ମିଳାପିପଳି ମାନଙ୍କୁପୁଷ୍ପଗୁଚ୍ଛ,ମାନପତ୍ର ଉପଢୌକ ଦେଇସମ୍ବର୍ଦ୍ଧନା କରିଥିଲେ l ପରେ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପୁଷ୍ପ ଗୁଚ୍ଛଓ ମାନପତ୍ର ଦେଇ ସନମାନିତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କୈଳାଶ ସବର ମଞ୍ଚ ପରିଚାଳନା କରିଥିବାବେଳେ ଅନ୍ୟାନ୍ୟ ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ ସହଯୋଗ କରିଥିଲେ ପରେ ଶିକ୍ଷକ ଶ୍ରୀ ନାୟକଉପସ୍ଥିତ ସମସ୍ତ ଅଭିଭାକ, ଜନପ୍ରତିନିଧି ଛାତ୍ର, ଛାତ୍ରୀ ମାନଙ୍କୁ ଧନ୍ୟ ଧନ୍ୟବାଦ ଦେଇ ଛାତ୍ର ଛତ୍ରୀ ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା l


Share: