୫ମ ବେଳାଭୂମି ସଂଯୋଗ କାର୍ଯ୍ୟକ୍ରମ ଅନୁଷ୍ଠିତ।

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ : ଜିଲ୍ଲା ପ୍ରଶାସନ ,ପୁରୀ ପୌର ପ୍ରଶାସନ ଓ ଆକ୍ସିସ ବ୍ୟାଙ୍କ ସହଯୋଗ ରେ ପୁରୀ ସମୁଦ୍ର ଗୋଲ୍ଡେନ ବିଚ୍ ଠାରେ ବେଳାଭୂମି ସଂଯୋଗ ବା ବିଚ୍ କନେକ୍ଟ କାର୍ଯ୍ୟକ୍ରମ ରବିବାର ପ୍ରତ୍ୟୁଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଲୋକନୃତ୍ୟ, ଲୋକ କଳା, ବ୍ୟାଙ୍କ ହିତାଧିକାରୀଙ୍କ ସୁରକ୍ଷା ସମ୍ପର୍କରେ ସୂଚନା, କୁଇଜ୍, ପିଲା ମାନଙ୍କ ବିଭିନ୍ନ ଖେଳ, ବେଳାଭୂମି କ୍ରିକେଟ ମ୍ୟାଚ, ମ୍ୟୁଜିକାଲ ଚେୟାର ଇତ୍ୟାଦି କାର୍ଯ୍ୟକ୍ରମ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା।

ଏଥିରେ ତାଳଚେର ବିଧାୟକ ଶ୍ରୀ ବ୍ରଜ କିଶୋର ପ୍ରଧାନ, ସିନେ ଅଭିନେତ୍ରୀ ସ୍ମିତା ମହାନ୍ତି,ପୈାର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ବାଇଁ, ଆକ୍ସିସ ବ୍ୟାଙ୍କ ମ୍ୟାନେଜର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଏଥିରେ ଯୋଗ ଦେଇ କାର୍ଯ୍ୟକ୍ରମ ଟି ଆକର୍ଷଣୀୟ ଓ ଲୋକ ମାନଙ୍କୁ ଆକୃଷ୍ଟ କରି ପାରିଛି ବୋଲି କହିଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ଚନ୍ଦନ କୁମାର ସାହୁ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ କାର୍ଯ୍ୟକ୍ରମ ବିଭିନ୍ନ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ। ଉପସ୍ଥିତ ଦର୍ଶକ, ପର୍ଯ୍ୟଟକ ଓ ପିଲା ମାନେ ଏହାକୁ ମନୋଭରି ଉପଭୋଗ କରିଥିଲେ।


Share: