ସମ୍ବିଧାନ ପ୍ରଣେତା ଡ଼ଃ ବି.ଆର.ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

Share:

ଅମୁଲ୍ୟ ନିଶାଙ୍କ ରିପୋର୍ଟ ।

ରାୟଗଡ: ଭାରତର ସମ୍ବିଧାନ ପ୍ରଣେତା , ଭାରତରତ୍ନ ଡଃ. ବାଵାସାହେବ ଭୀମାରାଓ ଆମ୍ବେଦକରଙ୍କ ୧୩୧ ତମ ଜୟନ୍ତୀ ରାୟଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି l

୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ସହରର ବସଷ୍ଟାଣ୍ଡ ନିକଟସ୍ଥ ଆଇଟିଡିଏ କାର୍ଯ୍ୟାଳୟ ସମ୍ମୁଖ ଟ୍ରାଫିକ ଛକ ଓ ରାମା ଟକିଜ ନିକଟସ୍ଥ ଆମ୍ବେଦକର ନଗରରେ ଅବସ୍ଥାପିତ ପ୍ରତିମୂର୍ତ୍ତିରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସରସ୍ବତୀ ମଝି,ଉପଜିଲ୍ଲାପାଳ ପ୍ରତାପ ପ୍ରଧାନ, ପିଡି ୱାଟରସେଡ ଶ୍ରୀ ଦୟାନିଧି ବାଗଙ୍କ ସମେତ ନଗରପାଳ ମହେଶ ପଟ୍ଟନାୟକ, ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଏବଂ ଆମ୍ବେଦକର ପ୍ରେମୀ ଯୋଗଦାନ କରି ମଲ୍ୟାର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ୱାକର୍ସ କ୍ଲବର ସତ୍ୟବାଦୀ ପତି, ଦଶରଥି ରାୟଗୁରୁ, ଜଳନ୍ଧର ପୁସିକା,ସେଂଚୁରିଆନ ୟୁନିଭରସିଟିର ନିର୍ଦ୍ଦେଶକ ରାଜେଶ ପାଢି,ସେବାସ୍ଥମ୍ଭର ବି.କାନ୍ତାରାଓ, ବାମସେଫ ଅନୁଷ୍ଠାନର ଜନାର୍ଦ୍ଦନ ଗରଡ଼ିଆ,ମିନାରାଓ ଉଳାକା ଓ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଯୋଗଦେଇ ମାଲ୍ୟାର୍ପଣ କରିଥିଲେ l ଏହାପରେ ସ୍ଥାନୀୟ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା l ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମୋନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରଧାନ,ନଗରପାଳ ଶ୍ରୀ ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ବାଗ, ମହାବିଦ୍ୟାଳୟ ଅଧ୍ୟକ୍ଷା ଭି. ରତ୍ନଶ୍ରୀ , ମୁଖ୍ୟ ବକ୍ତା ଭାବରେ ଡ଼ଃ ଦୁଷ୍ମନ୍ତ କୁମାର ମହାନ୍ତି ଯୋଗ ଦେଇ ନିଜର ବକ୍ତବ୍ୟରେ କହିଲେ ଯେ ଆମ୍ବେଦକର ହେଉଛନ୍ତି ସାମାଜିକ ଗଣମାଧ୍ୟମର ପ୍ରତିଷ୍ଠାତା ଥିଲେ ଓ ସାମାଜିକ ଗଣମାଧ୍ୟମ ସଫଳ ହେଲେ ରାଜନୈତିକ ଗଣତନ୍ତ୍ର ସଫଳ ହେବ ବୋଲି କହିଥିଲେ l ସେହିପରି ବିକ୍ରମ ଦେବ କଲେଜ ଜୟପୁରର ଅଧ୍ୟାପକ ଡ଼ଃ ପଙ୍କଜ କୁମାର ନାଏକ ମଧ୍ୟ ଯୋଗ ଦେଇ ଡ଼ଃ.ଭୀମାରାଓ ଆମ୍ବେଦକରଙ୍କ ସଙ୍ଘର୍ଷମୟ ଜୀବନ ଓ ଭାରତ ପାଇଁ ତାଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ l ଏହାପରେ ରାୟଗଡ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନତା ମଧ୍ୟରେ ଏକତା ଉପରେ ଏକାଙ୍କିକା ପ୍ରଦର୍ଶନ କରି ଦେଶର ଜାତୀୟ ସଂହତି ରକ୍ଷା ଉପରେ ସୁନ୍ଦର ବାର୍ତ୍ତା ଦେଇଥିଲେ । ଅମ୍ବେଦକରଙ୍କ ଜୟନ୍ତି ପାଳନ ଉପଲକ୍ଷେ ମହାବିଦ୍ୟାଳୟ ଓ ଉଚ୍ଚବିଦ୍ୟାଳୟ ସ୍ତରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା ପ୍ରତିଯୋଗିତାରେ କୃତି ପ୍ରତିଯୋଗିମାନଙ୍କୁ ଅଥିଥିମାନଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା


Share: