ଓଲଟିଲା ମକା ବୋଝେଇ ଟ୍ରକ
ଭଗବାନ ପାଢ଼ୀ ଙ୍କ ରିପୋର୍ଟ ।
ଗଞ୍ଜାମ : ଆଜି ସକାଳୁ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ କୁହୁଡି ପଡିଥିବା ଦେଖିବାକୁ ମିଳିଛି । କୁହୁଡି ଆସ୍ତରଣ ଏତେ ଅଧିକ ଥିଲାଯେ ରାସ୍ତାର ବିପରୀତ ଦିଗରୁ ଆସୁଥିବା ଗାଡି ମୋଟର କିଛିବି ଦେଖାଯାଉନଥିଲା ।

ଏହାରି ଫଳରେ ଆଜି ଆସିକା ନିକଟ ନୂଆଗାଁ ବାବନପୁର ରାସ୍ତା ରେ ଗୋଟିଏ ମକା ବୋଝେଇ ଟ୍ରକ ରାସ୍ତା କଡ଼କୁ ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି । ସୌଭାଗ୍ୟ ବଶତଃ ଟ୍ରକ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତୀ ଯାଇଥିବା ବେଳେ ଯଦି ଆଗାମୀ ଦିନରେ ଅଞ୍ଚଳରେ ଏହିଭଳି ଘନ କୁହୁଡିର ଆସ୍ତରଣ ରୁହେ ତେବେ ଅଞ୍ଚଳରେ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି ।