ଛତର ଗ୍ରାମରେ ଗତ କାଲି ରାତ୍ରିରେ ଚୋରି

Share:

ଯଜ୍ଞେଶ୍ଵର ଦାସ ଓ ନିତ୍ୟ ସୁନ୍ଦର ଜେନା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ଛତର ଗ୍ରାମରେ ଗତ କାଲି ବିଳମ୍ବିତ ରାତ୍ରୀରେ ଚୋରି . କିଛି ଦିନ ହେବ ଏହି ଅଞ୍ଚଳରୁ ଚୋରି ର ମାତ୍ରା ବଢ଼ିବାର ଲାଗିଛି , କିଛି ଦିନ ତଳେ ଚୋରି ହୋଇଥିବା ତନ୍ତିଆପାଳ ଥାନାରେ ଅଭିଯୋଗ ହୋଇଥିଲା ବିଭିନ୍ନ ଗଣମାଧ୍ୟମରେ ମଧ୍ୟ ପରେ ପ୍ରକାଶ କରାଯାଇଥିଲା କିନ୍ତୁ. ଏହି ଅସାମାଜିକ ବ୍ୟକ୍ତି,ବା ଚୋର ଧରା ପଡୁ ନାହାଁନ୍ତି ଏଠି ପ୍ରଶ୍ନ ଉଠୁଛି ପୋଲିସ ପାରିବା ପଣିଆ ଉପରେ କାଲି ରାତ୍ରିରେ ରମେଶ ଚନ୍ଦ୍ର ପ୍ରଧାନ ଙ୍କ ଘରୁ ପଶି ଏକ ବାକ୍ସକୁ ଉଠାଇ ନେଇ ତାହାକୁ ତାଡି ସେଥିରେ ଥିବା ସୁନା ଓ ଟଙ୍କାକୁ ନେଇ ଯାଇଛନ୍ତି . କିନ୍ତୁ ବାକ୍ସଟିକୁ ବିଲରେ ପକାଇ ଦେଇ ଯାଇ ଅଛନ୍ତି, ପୁତୁରା ଙ୍କ ଘରେ ରହୁଥିଲେ ଚକ୍ରଧର ବାରିକ୍ ତାଙ୍କ ଘରୁ ମଧ୍ୟ ସୁନା ଓ ଟଙ୍କା ଚୋରି ହୋଇଥିଲା ତାଙ୍କ ସ୍ତ୍ରୀ ପ୍ରକାଶ କରିଅଛନ୍ତି,ଓ ଚୋରଙ୍କୁ ଠାରୁ ମାଡ ଖାଇଥିବା ପ୍ରକାଶ କରିଅଛନ୍ତି. ବାଇନ ସେଠୀ ଙ୍କ ଘରୁ ମଧ୍ୟ ଚୋରି ହୋଇଥିବା କଥା ତାଙ୍କ ସ୍ତ୍ରୀ ପ୍ରକାଶ କରିଅଛନ୍ତି, ଥାନାରେ କହି ଏ ପର୍ଯ୍ୟନ୍ତ ଅଭିଯୋଗ କରିନାହାନ୍ତି, ଅଭିଯୋଗ କରିବେ ବୋଲି କହୁଥିଲେ।


Share: