ଫାଣ୍ଡିରୁ ଥାନା ହେଲା ନାଚୁଣୀ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Share:

ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର :ସୋମବାର ଅପରାହ୍ନରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଭିଡ଼ିଓ କଂଫିସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ର ନାଚୁଣୀ ଥାନା ଉଦଘାଟିତ ହୋଇଛି l ବାଣପୁର ଥାନା ଅଧୀନରେ ନାଚୁଣୀ ଫାଣ୍ଡି ଥିଲା ଵର୍ତମାନ ଥାନାର ମାନ୍ୟତା ପାଇଛି lଏହି ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସିଦ୍ଧାର୍ଥ କଟାରିଆ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସନା ବେହେରା ଓ ବାଣପୁର ନଗରପାଳ ମିଟୁ ନାୟକ ଆଦି ଉପସ୍ଥିତ ଥିଲେ। ଉକ୍ତ ମଞ୍ଚକୁ ପରିଚାଳନା କରିଥିଲେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ। ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଖୋର୍ଦ୍ଧା ଅତିରିକ୍ତ ଏସପି, ବାଣପୁରଓଚିଲିକାତହସିଲଦାର, ବାଣପୁର ଓ ଚିଲିକା ବିଡ଼ିଓ, ବାଣପୁର ବାଲୁଗାଁ ଓ ଟାଙ୍ଗୀ ଥାନାଧିକାରୀ, ଯୋଗ ଦେଇଥିଲେ l


Share: