ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କଲେ ଆବାସ ଯୋଜନା ରୁ ବଞ୍ଚିତ ପରିବାର

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ କେ. କରଡ଼ାକଣା ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇଲେ ଆବାସ ଯୋଜନା ରୁ ବଞ୍ଚିତ ହେତାଧିକାରୀ l କେ. କରଡ଼ାକଣା ଗ୍ରାମର ମୃତ ଉଦୟ ଗୌଡ଼ ଙ୍କ ପରିବାର ଦୀର୍ଘ ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର 500 ମିଟର ଦୁରରେ ଚାଳ ଘରେ ଦୟନୀୟ ଅବସ୍ଥାରେ ରହି ଆସୁଥିବା ବେଳେ ଦଶବର୍ଷ ହେବ ଆବାସ ଯୋଜନା ରେ ଘର ଖେଣ୍ଡେ ପାଇବା ଲାଗି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖକୁ ବାରମ୍ବାର ଦୌଡିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ l ପଞ୍ଚାୟତ ଓ ବ୍ଲକ କୁ ଦୌଡିଲେ ଅଧିକାରୀ ମାନଙ୍କ ଠାରୁ କେବଳ ପ୍ରତିଶୃତି ଦିଆଯାଇ ଚୁପ ବସି ପଡୁଥିବା ବେଳେ ଆଜି ସୁଦ୍ଧା ଘର ଖଣ୍ଡିଏ ପାଇବା ଏହି ପରିବାର ପ୍ରତି ସାତଶପନ ହୋଇପଡଛି l ଯାହାରୀ ଫଳରେ ଆଜି ବାଧ୍ୟ ହୋଇ ଉଦୟ ଙ୍କ ପରିବାର ପଞ୍ଚାୟତ କାର୍ଯ୍ୟାଳୟ ରେ ତାଲା ପକାଇ ଘଣ୍ଟାଏ ଧରି ପ୍ରତିବାଦ ପ୍ରଦର୍ଶନ କରିଥିଲେ l

ଏହି ଖବର ପାଇ ଶେରଗଡ଼ ପୋଲିସ ଓ ବ୍ଲକ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ପ୍ରତିବାଦ କରୁଥିବା ପରିବାର କୁ ବୁଝା ସୁଝା କରି ପ୍ରତିଶୃତି ଦେବା ପରେ କାର୍ଯ୍ୟାଳୟ ରୁ ତାଲା ଖୋଲିବା ସହିତ ସ୍ୱାଭାବିକ ହୋଇଥିଲା l


Share: