ବାରାହା ଆକ୍ରମଣ ରେ 5 ରୁ ଉର୍ଦ୍ଧ ଆହାତ ହୋଇଥିବା ବେଳେ ମହିଳା ଜଣ ଙ୍କ ମୃତ୍ୟୁଘଟିଛି
ଭଗବାନ ପାଢ଼ୀ
ଗଞ୍ଜାମ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଜେ. ରାମପଲ୍ଲୀ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା l ଗୋଟିଏ ଜଙ୍ଗଲୀ ବାରାହା ଆକ୍ରମଣ ରେ 5 ରୁ ଉର୍ଦ୍ଧ ବ୍ୟକ୍ତି ଆହାତ ହୋଇଥିବା ବେଳେ ଜଣେ ମହିଳା ଙ୍କ ମୃତ୍ୟୁ ଘଟିଛି ମହିଳା ଜଣକ ହେଲେ ରାମପୋଲ୍ଲୀ ଗ୍ରାମର ଭାସି ସ୍ୱାଇଁ (60)l ଆହାତ ମାନଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି ସେଇଠାରେ ପ୍ରାଥମିକ ଚିକିତ୍ସା ପରେ 4ଜଣକୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାତରିତ କରାଯାଇଛି ସେଇମାନେ ହେଲେ ରାମପୋଲି ଗ୍ରାମର ନାରାୟଣ ପଳତା (40)ଶିବରାମ ପଳତା (45)ରମେଶ ପାଣ୍ଡୀ (60)ଓ ମଣ୍ଡଳସ୍ୱାଇଁ କୋଦଳା ମେଡିକାଲ ରେ ଚିକିତ୍ସିତ ହେଉଥିବାବେଳେ ବେରୁଆଁ ବାଡ଼ି ର ମନୁ ଗୌଡ଼ ଓ ମାରୁଡି ପୋଲିର ଦୟା ଗୌଡ଼ (50)ଗୁରୁତର ହୋଇ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାତରିତ କରାଯାଇଛି l
ଆଜି ସକାଳୁ ନିଜ ବିଲକୁ କାମ କରବା ଲାଗି ଯାଇଥିବା ସମୟରେ ବାରାହା ଆକ୍ରମଣ ର ଶିକାର ହୋଇଥିଲେ ଗ୍ରାମବାସୀ,
ଏ ନେଇ କବିସୂର୍ଯ୍ୟନଗର ବିଧାୟିକା ଦୁଃଖ ପ୍ରକାଶ କରିଥିବା ବେଳେ ବନ ବିଭାଗ କର୍ମ ଚାରି ଙ୍କ ସହ ଆଲୋଚନା ମଧ୍ୟ କରିଛନ୍ତି ଏବଂ ସରକାରୀ ସହାୟତା ଯୋଗାଇ ଦେବାପାଇଁ ମଧ୍ୟ ପ୍ରତିଶୃତି ଦେଇଛନ୍ତି।