ଗଂଜେଇ ଜବତ ଦୁଇ ଗିରଫ

Share:

ସମୀର ରଞ୍ଜନ ଓଡିଶା ବ୍ୟୁରୋଚିଫ

ଭୁବନେଶ୍ୱର : ।ଖୋର୍ଦ୍ଧା ଟାଉଥାନା ପୋଲିସ ଗଂଜେଇ ଜବତ କରିଥିବା ଖବର ଆମ ହସ୍ତଗ ହୋଇଛି ମିଳିଥିବା ଖବର ମୁତାବକ ଆଜି ଅପରାହ୍ନରେ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟସ୍ଥ ଭାଲିଆବାଡ଼ି ଟିଏଲସି ରୋଡ଼ରେ ଗଞ୍ଜେଇ ବେପାର ଚାଲିଥିବାର ପୋଲିସ ଖବର ପାଇଥିଲା। ଏସପି ରାଜକିଶୋର ଦୋରାଙ୍କ ନିର୍ଦ୍ଦେଶକ୍ରମେ ଏବଂ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଓ ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଡ଼ିଏସପି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ତୁରନ୍ତ ଏସଆଇ ସୁକାନ୍ତ ଦଳେଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା।ଚଢ଼ାଉ ସମୟରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୬.୫୦୫ କେଜି ଗଞ୍ଜେଇ, ୧ ଟି ବାଜାଜ ପଲସର ବାଇକ ଏବଂ ଦୁଇ ଗୋଟି ମୋବାଇଲ ଫୋନ ଜବତ କରିଛି। ତେବେ ଜବତ ଗଞ୍ଜେଇର ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗୁଣ୍ଡୁରୀସାହି ଅଞ୍ଚଳର ଅଜିତ ପ୍ରଧାନ (୨୪) ଏବଂ ଅଶାନ୍ତ ଜଗଦଳ (୨୬)। ଏ ସଂକ୍ରାନ୍ତରେ ଟାଉନ ଥାନା ପୋଲିସ ୨୯ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୭ /୨୨ ରେ ଏକ ମାମଲା ରୁଜୁକରିଛି l


Share: