ମହିଳା ଚିତ୍ରକଳା ଶିବିର ଉଦଘାଟିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ ।

ପୁରୀ: ମହିଳା ଚିତ୍ରକଳା ଶିବିର ସ୍ଥାନୀୟ ସଂସ୍କୃତି ଭବନରେ ଉଦଘାଟିତ ହୋଇଛି । ଲଳିତ କଳା ଏକାଡେମୀ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ଏହି ମହିଳା ଚିତ୍ରକଳା ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଛନ୍ତି । ଜିଲ୍ଲାରେ ଲୁକ୍କାୟିତ ଚିତ୍ରକଳା ଲୋକଲୋଚନକୁ ଆସିବା ସହ ଶିଳ୍ପୀମାନଙ୍କ ପ୍ରତିଭା ବିକଶିତ ହୋଇପାରିବ । ଏଥିନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏହି ଶିବିର ଚାଲିବ । ପୁରୀର ୧୦ ଜଣ ମହିଳା ଚିତ୍ରଶିଳ୍ପୀ ଏଥିରେ ଭାଗ ନେଇଛନ୍ତି । ସେମାନେ ହେଲେ ନୟନା ବାରିକ, ପୁଷ୍ପାଞ୍ଜଳି ରାଓ, ସଂଯୁକ୍ତା ଦାସ, ପ୍ରିୟଦର୍ଶିନୀ ସାହୁ, ଅମ୍ରାପଲ୍ଲୀ ମହାପାତ୍ର, ସସ୍ମିତା ମହାରଣା, ଲକ୍ଷ୍ମୀପ୍ରିୟା ଦଳାଇ, ମିନାକ୍ଷୀ ଦାସ, ପ୍ରତିଭା ଦାସ, ସ୍ବେଡଲ ନାୟକ । ଉକ୍ତ ଶିବିରରେ ସେମାନଙ୍କ ଦ୍ବାରା ସୃଷ୍ଟ କଳାକୃତି ଆସନ୍ତା ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଆର୍ଟ ଗ୍ୟାଲେରୀରେ ପ୍ରଦର୍ଶିତ ହେବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଚିତ୍ରଶିଳ୍ପୀ ଶ୍ରୀ ସତ୍ୟ ପାଢୀ, ଶ୍ରୀ ଚନ୍ଦ୍ରଶେଖର ମହାରଣା ପ୍ରମୁଖ ଉପସ୍ଥିତ ଥିଲେ ।


Share: