ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଯୁବକଙ୍କୁ ସଙ୍ଘବଧ ଆକ୍ରମଣ କରି ହତ୍ୟା

Share:

ଗଞ୍ଜାମ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁର ସ୍କୁଲ ନିକଟରେ ଆଜି ଏକ ଯୁବକ କୁ ମରଣାନ୍ତକ ଆକ୍ରମଣ ହୋଇଛି । ଏହି ଆକ୍ରମଣ ରେ ଖୋଜାପୋଲି ଗ୍ରାମ ର ଜିତେନ୍ଦ୍ର ସ୍ବାଇଁ ନାମକ ଯୁବକ ଗୁରୁତର ଆହତ ହୋଇ ପ୍ରଥମେ ପୋଲସରା ମେଡିକାଲ ଓ ପରେ ପରେ ବ୍ରହ୍ମପୁର ବଡ ମେଡିକାଲ ରେ ଚିକିତ୍ସା ପାଇଁ ଭର୍ତି କରାଯାଇଥିବାବେଳେ ସେଇଠାରେ ଡାକ୍ତର ତାଙ୍କୁ ମୂର୍ତ ଘୋଷଣା କରିଥିଲେ । ତେବେ କିଛି ଦୁର୍ବୃତ୍ତ ଏହି ଆକ୍ରମଣ କରି ଫେରାର ହୋଇଯାଇଥିବା ବେଳେ ପୂର୍ବ ଶତୃତାକୁ ନେଇ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି l ଜିତେନ୍ଦ୍ର ଙ୍କୁ ପୂର୍ବରୁ ମଧ୍ୟ ଦୃବୁର୍ତ୍ତ ମାନେ ଆକ୍ରମଣ କରିଥିବା ଖବର ମିଳିଥିବା ବେଳେ ଖବର ପାଇ କବିସୂର୍ଯ୍ୟନଗର ପୋଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି ସେଇପଟେ ଶବକୁ ବ୍ୟବଛେଦ ପାଇଁ ପଠାଇଛି ପୋଲିସ ।

ଗଞ୍ଜାମ ରୁ ଭଗବାନ ପାଢ଼ୀ ଙ୍କ ରିପୋର୍ଟ।


Share: