କୋଦଳା ଏନଏସି ରେ ପ୍ରହସନ ପାଲଟିଛି ଜଳଛତ୍ର ଯୋଜନା

Share:

ଭଗବାନ ପାଢ଼ୀ ଙ୍କ ରିପୋର୍ଟ

ଗଞ୍ଜାମ:ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ରେ ଏବେ ପ୍ରହସନ ପାଲଟିଛି ଜଲଛତ୍ର ଯୋଜନା ।ରାଜ୍ୟ ସରକାର ବିଭିନ୍ନ ପଞ୍ଚଯାତ ଏନଏସି ଓ ବିଏମସି ମାନଙ୍କରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଛତ୍ର କରିବା ପାଇଁ କୋଟି କୋଟି ଟଙ୍କା ପାଣିଭଳି ଖର୍ଚ୍ଚ କରୁଛନ୍ତି।

କିଭଳି ଲୋକମାନେ ପାନୀୟ ଜଳର ସୁବିଧା ପାଇପାରିବେ ସେଥିପାଇଁ ସମସ୍ତ ଅଞ୍ଚଳରେ ଛକ ଜାଗା ମାନଙ୍କରେ ଜଳଛତ୍ର ର ଆୟୋଜନ ମଧ୍ୟ୍ୟ କରୁଛନ୍ତି ।ସେଥିପାଇଁ କିଛି ମହିଳା ମାନଙ୍କୁ ଦିନକୁ ୫୦ ଟଙ୍କା ପାରିଶ୍ରମିକ ମଧ୍ୟ୍ୟ ଦିଆଯାଉଛି ।ସେଇ ମହିଳା ମାନେ ସକାଳୁ ପାଣି ରଖାଯାଉଥିବା ପାତ୍ର ଟିକୁ ସଫା କରିବା ସହ ପ୍ରତ୍ୟେକ ଦିନ ପାଣି ରଖିବେ । ଯୋଉ ଜାଗାରେ ଜଳଛତ୍ର କରାଯାଏ ସେଇଜାଗାଟି ଉଚ୍ଚ ସ୍ଥାନ ରେ ହୋଇଥିବା ଦରକାର କାରଣ ତଳେ ରହିଲେ ବିଭିନ୍ନ ପ୍ରକାରର ଅଳିଆ ଆବର୍ଜନା ପଡ଼ିବାର ସମ୍ଭାବନା ଥାଏ।
କିନ୍ତୁ କୋଦଳା ଏନଏସି ରେ ତାହାର ବିପରୀତ ଦେଖିବାକୁ ମିଳୁଛି ଏହି ଏନଏସି ରେ ଆଗରୁ ବିଭିନ୍ନ ଜାଗାରେ ୭ ଟି ଜାଗାରେ ଜଳ ଛତ୍ର ର ଅଯୋଜନ କରାଯାଉଥିଲା ବର୍ତମାନ ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଆସିବାପରେ ୯ ଟି ଜାଗାରେ ଜଳଛତ୍ର ଖୋଲିଛନ୍ତି, ଆଉ ଦାଇତ୍ୱ ନିଜେ ନେଇଛନ୍ତି ।

କିନ୍ତୁ ଜଳଛତ୍ର ଖୋଲିବାର ୧୫ଦିନ ବିତିଯାଇଥିଲେ ମଧ୍ୟ୍ୟ ଜଳ ରଖାଯାଉଥିବା ପାତ୍ରଟି ସଫା କରାଯାଉନଥିବା ଏବଂ କୋଉ କୋଉ ଜାଗାରେ ପାଣି ମଧ୍ୟ ରହୁ ନଥିବା ଦେଖିବାକୁ ମିଳୁଛି। ଏମିତି କି ଯେଉଁ ଜାଗାରେ ଜଳଛତ୍ର ଖୋଲା ଯାଇଛି ତାହା ଦେଖିଲେ କେହିବି ପାଣି ପିଇବେ ନାହିଁ ।
ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ରାଜନୀତି କୁ ଆସିବା ପୂର୍ବରୁ ଲୋକମାନକୁ ଯୋଉ ପ୍ରତିଶୃତି ଦେଇଥିଲେ କେମିତି କାର୍ଯ୍ୟ କାରି ହୋଉଛି ତାହା ଏଇଠାରୁ ସମ୍ପୂର୍ଣ ବାରିହଉଛି।
ଏଇ ଜଳଛତ୍ର ଦ୍ୱାରା କୋଦଳା ର ୭ ଜଣ ମହିଳା ଉପକୃତ ହେବା ସହ ସୁଧ ପାନୀୟ ଜଳ ମଧ୍ୟ୍ୟ ମିଳୁଥିଲା ।ବର୍ତମାନ ଏଇ ଜଳଛତ୍ର କରି ମୋଟା ଅଙ୍କର ବିଲ କରିବାପାଇଁ ଚକ୍ରାନ୍ତ ଚଲେଇଥିବା ଶୁଣିବାକୁ ମିଳୁଛି ।ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେଇ କିଭଳି କୋଦଳା ଅଞ୍ଚଳର ଲୋକମାନେ ସୁଧପାଣି ପିଇବେ ସେଥିପ୍ରତି ଦୃଷ୍ଟି ଦେବାପାଇଁ ଗ୍ରାମବାସୀ ଦାବି କରିଛନ୍ତ


Share: