ଲୋକନାଥଙ୍କ ଚନ୍ଦନ ଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Share:

ରଞ୍ଜନ ଦାସ ଙ୍କ ରିପୋର୍ଟ

ପୁରୀ- ଲୋକନାଥଙ୍କ ଚନ୍ଦନ ଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଅଧ୍ୟକ୍ଷତା କରିଥିଲେ । ଏଥିରେ ଚନ୍ଦନଯାତ୍ରା ନୀତିକାନ୍ତି ସହ ଜଡିତ ସମସ୍ତ ସେବାୟତ ମାନଙ୍କ ପ୍ରତିନିଧି ଉପସ୍ଥିତ ଥିଲେ । ଲୋକନାଥଙ୍କ ସମସ୍ତ ନୀତିକାନ୍ତି ଶେଷ କରି ଅପରାହ୍ନ ସାଢେ ତିନି ଘଟିକା ମଧ୍ୟରେ ସିଂହଦ୍ବାର ନିକଟରେ ବିଜେ କରାଇବା ସଂପର୍କରେ ବୈଠକରେ ଆଲୋଚନା ହୋଇଛି । ଏଥିନିମନ୍ତେ ସମସ୍ତ ସହଯୋଗ କରିବାକୁ ଉପ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସେବାୟତ ନିଯୋଗ ସଂପାଦକ ଶ୍ରୀ ସନ୍ତୋଷ କୁମାର ପଣ୍ତା, ବାସେଳିସାହି ଥାନଧିକାରୀ ଶ୍ରୀ କୁଳମଣି ସେଠୀ, ପରିଚାଳକ ଶ୍ରୀ ଅପଛ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।


Share: