ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ଜଣେ ଗିରଫ ଚୋରା ଦେଶୀ ମଦ ସହିତ ବାଇକ ଜବତ

Share:

ଦିଲ୍ଲୀପ କୁମାର ସ୍ୱାଇଁ

ଖୋର୍ଦ୍ଧା :ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଅବକାରୀ ବିଭାଗ ଚଢାଉ ଜଣେ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କରିଛି।ବାଲୁଗାଁ ରେଞ୍ଜ ଅବକାରୀ ଅଧିକାରୀ ରୋହିତ କୁମାର ଦଣ୍ଡ ସେନାଙ୍କ ନେତୃତ୍ବରେ ବାଲୁଗାଁ ଥାନା ଅନ୍ତର୍ଗତ କୁମ୍ବିରପଡ଼ା ଗ୍ରାମର ବିରଞ୍ଚି ମାଝୀ (୬୧) ଙ୍କ ଠାରୁ ୪୫ ଲିଟର ଦେଶୀ ମଦ ସହ ଏକ ବାଇକ୍ (ଗାଡ଼ି ନଂ ଓଆର୦୨ଏଏଲ-୪୮୦୯) ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଏହି ପରି ପେଖିରେ ବାଲୁଗାଁ ଅବକାରୀ ଥାନାରେ ପିଆରା ନମ୍ବର ୬୭/୨୨-୨୩ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।


Share: