ଗଞ୍ଜାମ ଜୋନ ଯୁବ ବିଜେଡି ସଭାପତି ନଚିକେତା ସ୍ୱାଇଁ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

Share:

ଭଗବାନ ପାଢ଼ୀ

ଗଞ୍ଜାମ : ଗଂଜାମ ଯୋନ ଯୁବ ବିଜେଡ଼ି ସଭାପତି ଭାବ ପୁନ୍ନର୍ବାର ନଚିକେତ ସ୍ୱାଇଁ ଙ୍କୁ ଦାଇତ୍ୱ ମିଳିଥିବାରୁ ଆସିକା ବିଜୁ ଜନତା ଦଳ ଓ ଯୁବ ଜନତା ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯଇଛି l

ଆସିକା ନିର୍ବାଚନ ମଣ୍ଡଳୀ ର ପଥରା ଠାରୁ ବିଶାଳ ବାଇକ ରାଲି ରେ ବାହାରି ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରି ଦଳୀୟ କର୍ମୀ ମାନେ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ସହର ପରିକ୍ରମା କରାଯାଇ ଦଳୀୟ କାର୍ଯ୍ୟାଳୟ ଠାରେ ପହଞ୍ଚି ସଭାପତି ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା l

ନଚିକେତା ସ୍ୱାଇଁ ଙ୍କ କାର୍ଯ୍ୟଦକ୍ଷତା କୁ ପରଖି ପୁନର୍ବାର ଜୋନ ଯୁବ ବିଜେଡି ସଭାପତି ଭାବେ ନିଯୁକ୍ତି ଦେଇଥିବା ଦଳୀ ସୁପ୍ରିମ ନବୀନ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଓ ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁକୁ ଅଞ୍ଚଳବାସୀ କୃତଜ୍ଞତା ଜଣାଇଥିଲେ l ଅପରପକ୍ଷେ ମିଳିଥିବା ଏହି ଗୁରୁଦାୟିତ୍ୱ ନିଷ୍ଠାର ସହ ପାଳନ କରି ଦଳ କୁ ମଜବୁତ କରିବା ରେ ସର୍ବଦା ପ୍ରାଣ ପ୍ରଣେ ଚେଷ୍ଟା କରିବେ ବୋଲି ମତ ପ୍ରକାଶ କରିଥିଲେ ନଚିକେତା ସ୍ୱାଇଁ l ଏହ ଅବସରରେ ଦଳ ର ଛାମୁଆ ନେତା ସତ୍ୟ ନାରାୟଣ ସ୍ୱାଇଁ, ଅଭିମନ୍ୟୁ ନାହାକ, ଶିବ ନାହାକ,ଭଗବାନ ସାହୁ,ରାଜେଶ୍ୱ ପଟନାୟକ, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ଓ ସମିତିସଭ୍ୟ ଙ୍କ ସମେତ ଆସିକା ବୁଜୁ ଜନତା ଦଳର ଯୁବ, ଛାତ୍ର ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ l


Share: