ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଉଦଘାଟିତ ହେଲା ଇକୋ ରିଟ୍ରିଟ୍

Share:

.ସମୀର ରଞ୍ଜନ ନାୟକ ଓଡିଶା ବ୍ୟୁରୋ ଚିଫ ।

ରାଜ୍ୟ ସରକାର ପର୍ଯ୍ୟଟନର ବିକାଶ ଲାଗି ଆରମ୍ଭ କରିଥିବା ଇକୋ ରିଟ୍ରିଟ କାର୍ଯ୍ୟକ୍ରମର ଦ୍ୱିତୀୟ ସଂସ୍କରଣ ଆରମ୍ଭ ହୋଇଛି । ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍ କାର୍ଯ୍ୟକ୍ରମ ଅନୁଷ୍ଠାନିକ ଭାବେ ଉଦଘାଟନ ହୋଇଛି ।

କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନ ସଂଲଗ୍ନ ନଳିତାପାଟିଆରେ ଇକୋ ରିଟ୍ରିଟର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିବା ବେଳେ ଏବର୍ଷ ପେଣ୍ଠ ସାମୁଦ୍ରିକ ବେଳାଭୂମିରେ ଇକୋ ରିଟ୍ରିଟ କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଉଛି।

ଏହାକୁ ପୂର୍ବବର୍ଷ ଅପେକ୍ଷା ଆହୁରି ଆକର୍ଷଣୀୟ କରିବା ଲାଗି ବନବିଭାଗ ଓ ଜିଲ୍ଲା ପ୍ରଶାସନ ପୁରାଦମରେ ଲାଗିପଡିଛନ୍ତି ।

ଆକର୍ଷଣୀୟ ପାର୍କ ସହ ଅସ୍ଥାୟୀ ଶୀତତାପ ନିୟନ୍ତ୍ରିତ ତମ୍ବୁ, ଭିୟୁ ପଏଣ୍ଟ ତା ସହ ନାନାରକମ ସୁସଜ୍ଜିତ ଚକମକ ଆଲୁଅରେ ସଜେଇ ହେଇଛି ରାଜନଗରର ପେଣ୍ଠ ସାମୁଦ୍ରିକ ବେଳାଭୂମି।


Share: